ସାତପଡ଼ାରୁ ଜହ୍ନିକୁଦା ଚାଲିବ ରୋରୋଭେସଲ୍‌- ‘ଏମ୍‌.ଭି ଭୁପେନ୍‌ ହଜାରିକା’

ଅନ୍ତର୍ଦେଶୀୟ ଜଳପଥ କର୍ତ୍ତୃପକ୍ଷ-ଓଡ଼ିଶା ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ

ଭୁବନେଶ୍ବର : ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ୍‌ର ସାତପଡ଼ାଠାରୁ କୃଷ୍ଣ ପ୍ରସାଦ ବ୍ଲକ୍‌ର ଜହ୍ନିକୁଦା ମଧ୍ୟରେ ରୋରୋ ଭେସେଲ୍‌ ‘ଏମ୍‌ଭି ଭୁେପନ୍‌ ହଜାରିକା’ ଚଳାଚଳ କରିବ। ଏହାର ମରାମତି ଓ ପରିଚାଳନା ନିମନ୍ତେ ସୋମବାର ଭାରତ ସରକାରଙ୍କ ଅନ୍ତଃରାଜ୍ୟ ଜଳପଥ କର୍ତ୍ତୃପକ୍ଷ ଏବଂ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ସ୍ୱାକ୍ଷର କରିଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରାଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ ଚିଲିକା ହେଉଛି ଭାରତର ବୃହତ୍ତମ ହ୍ରଦ ଏବଂ ଏହାର ସୀମା ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଛି। ବର୍ତ୍ତମାନ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ପୁରୀ ଜିଲ୍ଲାର ସାତପଡ଼ାଠାରୁ କୃଷ୍ଣପ୍ରସାଦ ବ୍ଲକ୍‌ର ଜହ୍ନିକୁଦାକୁ ଭେସେଲ ୍‌ସାହାଯ୍ୟରେ ଯାତ୍ରୀ ଓ ମୋଟରଯାନ ପରିବହନ ସେବା େଯାଗାଇ ଦିଆଯାଉଛି। ଏହି ସେବା ଦ୍ୱାରା ଗଞ୍ଜାମରୁ ପୁରୀ ଜିଲ୍ଲା ପାଇଁ ସଡ଼କ ପଥରେ ପଡ଼ୁଥିବା ସୁଦୀର୍ଘ ଦୂରତାକୁ କମ କରାଯାଇ ପାରୁଛି। ଏହାକୁ ଦୃଷ୍ଟିରେ ରଖି ସାତପଡ଼ାରୁ ଜହ୍ନିକୁଦାକୁ ରୋରୋ ଭେସେଲ୍‌-ଏମ୍‌ଭି ଭୂେପନ ହଜାରିକା ଚଳାଚଳ କରିବ।

ଏହି କାର୍ଯ୍ୟକ୍ରମରେ ଅନ୍ତଃରାଜ୍ୟ ଜଳପଥ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଡ. ଅମିତା ପ୍ରସାଦ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଅତିରିକ୍ତ ଶାସନ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗର ଲକ୍ଷ୍ମୀକାନ୍ତ ବେହେରା, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପରିବେଶ ନିର୍ଦ୍ଦେଶକ ସନ୍ତୋଷ ନନ୍ଦ ଏବଂ ବିଭାଗୀୟ ଅନ୍ୟ ବରିଷ୍ଠ ଅଧିକାରୀମାନେ େଯାଗଦେଇଥିଲେ।

ରୋରୋ ଭେସେଲ୍‌, ଏମ୍‌ଭି ଭୁେପନ୍‌ ହଜାରିକାରେ ଏକ ସମୟରେ ୮ଟି ଟ୍ରକ/ବସ୍‌ ସହ ୧୦୦ ଜଣ ଯାତ୍ରୀ ପରିବହନ ହୋଇପାରିବ।

ସମ୍ବନ୍ଧିତ ଖବର