ରାଉରକେଲା ଷ୍ଟେସନରେ ଭୋକ ଉପାସରେ ପଡ଼ି ରହିଛନ୍ତି ୪୦ରୁ ଅଧିକ ପ୍ରବାସୀ ଶ୍ରମିକ

ରାଉରକେଲା : ପୁଣି ଟ୍ରେନର ଚେନ୍ ଟାଣି ରାଉରକେଲା ଷ୍ଟେସନରେ ଓହ୍ଲାଇ ପଡିଲେ ୪୦ ରୁ ଅଧିକ ପ୍ରବାସୀ ଶ୍ରମିକ l ଏମାନେ ସମସ୍ତେ କେନ୍ଦ୍ରାପଡ଼ା, ବାଲେଶ୍ୱର, ଜଗତସିଂହପୁର, ଢେଙ୍କାନାଳ, ବ୍ରହ୍ମପୁର ଆଦି ଅଞ୍ଚଳର l ଗତକାଲି ରାତି ୧୦ ଟାରେ ଷ୍ଟେସନରେ ଓହ୍ଲାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ନାହିଁ l ସେମାନେ ଏଥିଲାଗି ପ୍ରଶାସନକୁ ଲଗାତାର ନିବେଦନ କରୁଛନ୍ତି।

ଗତକାଲି ରାତିରୁ ସେମାନେ ରାଉରକେଲା ଷ୍ଟେସନରେ ଭୋକ ଉପାସରେ ପଡ଼ି ରହିଛନ୍ତି l ଆଇଆରସିଟିସି ମଧ୍ୟ ସେମାନଙ୍କ ଖାଇବା କଥା ବୁଝୁନାହାନ୍ତି l ଖାଇବାକୁ ସେମାନେ ଟଙ୍କା ମାଗୁଥିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଘୁରିବୁଲୁଛି l ଅପରପକ୍ଷରେ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଏନେଇ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗାଯୋଗ କରାଯାଇଥିଲେ ବି ସଫଳ ହୋଇ ନଥିବା କୁହାଯାଉଛି। ଏହାକୁ ନେଇ ଏହି ପ୍ରବାସୀ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରେଳବାଇ କିଂବା ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ସହାୟତାର ହାତ ବଢାଇବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର