ସରକାରୀ କର୍ମଚାରୀ ମାନ୍ୟତା ଦାବି, ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଜିଆର୍‌ଏସ୍‌

ଭୁବନେଶ୍ବର : ସରକାରୀ କର୍ମଚାରୀ ମାନ୍ୟତା ଦାବି ନେଇ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଓଡ଼ିଶା ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌)। ଏନେଇ ଏକ ବୈଠକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ସଭାଗୃହରେ ଅନୁଷ୍ଠିତ ହୋଇଛି। ଜିଆରଏସ ସଂଘର ରାଜ୍ୟ ସଭାପତି ପ୍ରଭାତ କୁମାର ତିୱାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଆର୍‌ଏସ୍‌ମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା।

ସଂଘର ଅଭିଯୋଗ ଅନୁଯାୟୀ ପ୍ରାୟ ୧୫ ବର୍ଷ ହେଲା ରାଜ୍ୟର ପ୍ରତ୍ୟେକ ପଞ୍ଚାୟତର ବିକାଶ କାର୍ଯ୍ୟରେ ଜିଆର୍‌ଏସ୍‌ମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସରକାରୀ କର୍ମଚାରୀ ମାନ୍ୟତା ପାଇଁ ସରକାର ବିଭିନ୍ନ ସମୟରେ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଏହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ। ଖୁବ ଶୀଘ୍ର ସରକାର ସେମାନଙ୍କୁ ସ୍ଥାୟୀ କରିବେ ବୋଲି ସଂଘ ଆଶା କରିଛି। ଏହା ନହେଲେ ଆଗାମୀ ଦିନରେ ରାଜଧାନୀରେ ରାଜ୍ୟସ୍ତରୀୟ ସମାବେଶ ସହ ବିଭନ୍ନ ଚରମ ପଦକ୍ଷେପ ନେବ ବୋଲି ସଂଘ ଚେତାବନୀ ଦେଇଛନ୍ତି। ଏହି ଅବସରରେ ସଂଘର କର୍ମକର୍ତ୍ତା ଚୟନ ହୋଇଥିଲା। ଏଥିରେ ସଂଗ୍ରାମ ସିଂହ ରାଜ୍ୟ ସାଧାରଣ ସମ୍ପାଦକ ଓ ଦେବାଶିଷ ରାଉତଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି। ଏଥିସହିତ ୧୧ ଜଣ ସଦସ୍ୟଙ୍କୁ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ ହୋଇଛି ବୋଲି ସଂଘର ସାଙ୍ଗଠନିକ ସମ୍ପାଦକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର