ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ସହରାଞ୍ଚଳକୁ ନ ଆସିବା ପାଇଁ ଅନୁରୋଧ କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର: କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲାପାଳ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ସହରାଞ୍ଚଳକୁ ନ ଆସିବା ପାଇଁ ଅନୁରୋଧ କଲେ ଗଞ୍ଜାମ ଜିଲ୍ଲାପାଳ। କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ସହରାଞ୍ଚଳକୁ ଆସନ୍ତୁ ନାହିଁ ବୋଲି ଟୁଇଟ୍ କରି ସେ କହିଛନ୍ତି।

ଜିଲ୍ଲପାଳ ଆହୁରି ମଧ୍ୟ ମାସ୍କ ପିନ୍ଧିବାକୁ, ବାରମ୍ବାର ହାତ ଧୋଇବାକୁ, ଜନଗହଳିଠାରୁ ଦୂରେଇ ରହିବାକୁ ଓ ଦୁଇ ମିଟର ଦୂରତ୍ବ ବଜାୟ ରଖିବାକୁ ବି ପରାମର୍ଶ ଦେଇଛନ୍ତି।
ଆଜିଠୁ ୩୦ ତାରିଖ ଯାଏ ୪ ଦିନ ପାଇଁ ବ୍ରହ୍ମପୁର ସଟ୍‌ଡାଉନ ଘୋଷଣା କରାଯାଇଛି। କେବଳ କ୍ଷୀର ଓ ଜରୁରୀ ସ୍ବାସ୍ଥ୍ୟସେବା ପାଇଁ କୋହଳ ହେବ ନିୟମ । ସଟ୍‌ଡାଉନରେ ଘରଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ କରିବେ ଡାକ୍ତରୀ ଟିମ୍‌ । ଏଥିପାଇଁ ୭୦ଟି ଟିମ୍‌ ଗଠନ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ରୋକିବା ଲାଗି ବ୍ରହ୍ମପୁର ମହାନଗର ୪ଦିନ ପାଇଁ ସଟ୍‌ଡାଉନ୍‌ ହେବ। ଗତକାଲି ରାତି ୯ଟା ବେଳେ ତରବରିଆ ଭାବେ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିଲା। ପ୍ରଶାସନର ଦୂରଦୃଷ୍ଟିର ଅଭାବ ଯୋଗୁଁ ବ୍ରହ୍ମପୁର ସହରରେ ଆଜି ସୃଷ୍ଟି ହୋଇଥିଲା ଅଭାବନୀୟ ସ୍ଥିତି। ଅତ୍ୟାବଶକ ସାମଗ୍ରୀ କିଣିବା ଲାଗି ସହରବାସୀ ବଜାର ମୁହାଁ ହୋଇଥିଲେ। ସହରରେ  ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର