ରାଉରକେଲାରେ ସଂଜୀବନୀ ରଥ: ଆଜିଠୁ ବରିଷ୍ଠ ନାଗରିକଙ୍କୁ ଘରେ ମିଳିବ ଟିକା

ରାଉରକେଲା: ଆଜିଠୁ ସହରରେ ଗଡ଼ିଲା ସଂଜୀବନୀ ରଥl କଲ୍ କଲେ ଘରେ ପହଁଚିବେ ସଂଜୀବନୀ ରଥ l କେବଳ ବରିଷ୍ଠ ନାଗରିକ, ଶଯ୍ୟାଶାୟୀ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମିଳିବ ଏହି ସୁବିଧା l ସକାଳ ୧୦ ଟାରୁ ଅପରାହ୍ଣ ୪ ଟା ପର୍ଯ୍ୟନ୍ତ ଏହି ସେବା ମିଳିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛିl ବରିଷ୍ଠ ନାଗରିକ, ଶଯ୍ୟାଶାୟୀ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତି ଓ ତାଙ୍କ ପରିବାର (୦୬୬୧-୨୫୧୦୦୩୬) କଲ୍ କରି ଟିକା ଦେଉଥିବା କର୍ମଚାରୀଙ୍କୁ ଡାକିପାରିବେl

ପୂର୍ବରୁ ଏହି ତିନି ବର୍ଗର ଲୋକମାନେ ଟିକାକରଣ କେନ୍ଦ୍ରରେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେl ଦିବ୍ୟାଙ୍ଗ ଅନୁଷ୍ଠାନ ଶ୍ରଦ୍ଧା ସମେତ ଅନେକ ସଂଗଠନ ଏମାନଂକୁ ଘରେ ଯାଇ ଟିକା ଦେବାକୁ ବିଧାୟକ ସାରଦା ପ୍ରସାଦ ନାୟକ ଓ ଏଡିଏମ ଅବୋଲି ସୁନୀଲ ନରୱେଣେଙ୍କୁ ଅନୁରୋଧ କରିଥିଲେl

ସମ୍ବନ୍ଧିତ ଖବର