‘ସମ୍ବାଦ’ର ମୁଖ୍ୟ ସହ-ସଂପାଦକ ଭରତ ଚନ୍ଦ୍ର ବାରିକଙ୍କୁ ଅବସର ସମ୍ବର୍ଦ୍ଧନା

କଟକ : ‘ସମ୍ବାଦ’ର ମୁଖ୍ୟ ସହ-ସଂପାଦକ ଭାବେ କାର୍ଯ୍ୟରତ ଭରତ ଚନ୍ଦ୍ର ବାରିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କଟକ ବାଦାମବାଡ଼ିସ୍ଥିତ କାର୍ଯ୍ୟାଳୟରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ବାରିକଙ୍କୁ ଅବସର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସିଓଓ କମଳାକାନ୍ତ ମହାପାତ୍ର, ସିଜିଏମ୍ (ନିଉଜ୍) ଅରବିନ୍ଦ ଦାସ, ଡିଜିଏମ୍ (ଏଚ୍ଆର) ବୈଜୟନ୍ତୀ କର, ଏଜିଏମ୍ (ନିଉଜ୍) କୃଷ୍ଣପ୍ରସାଦ ଦାସଙ୍କ ସମେତ କଟକ ସଂସ୍କରଣର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ଯାତ୍ରା ଖବରକୁ ‘ସମ୍ବାଦ’ରେ ପ୍ରକାଶ କରିବାରେ ଶ୍ରୀ ବାରିକଙ୍କ ଭୂମିକା ସଂପର୍କରେ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସୂଚନା ଦେବା ସହିତ ବର୍ତ୍ତମାନ ସମୟରେ ଏକ ଘରୋଇ ସଂସ୍ଥାରେ ଦୀର୍ଘ ୩୬ ବର୍ଷ ଧରି ସଫଳତାର ସହ କାର୍ଯ୍ୟକରି ଅବସର ନେବା ତାଙ୍କ ଦକ୍ଷତାର ପରିଚାୟକ ବୋଲି କହିଥିଲେ। ଶ୍ରୀ ବାରିକଙ୍କ ସମୟାନୁବର୍ତ୍ତିତା, ସଂପାଦନ ଦକ୍ଷତା ଏବଂ କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳିତ ଆଚରଣକୁ ପ୍ରଶଂସା କରାଯାଇଥିଲା। ସୂଚନାଯୋଗ୍ୟ ଯେ, ୧୯୮୪ରୁ ଦୀର୍ଘ ୩୬ ବର୍ଷ ହେଲା ‘ସମ୍ବାଦ’ରେ କାର୍ଯ୍ୟ କରି ଆସିଥିବା ଶ୍ରୀ ବାରିକ ଶେଷ ପନ୍ଦର ବର୍ଷ କଟକ ସଂସ୍କରଣରେ କାର୍ଯ୍ୟକରି ଅବସର ନେଇଛନ୍ତି।

ସମ୍ବନ୍ଧିତ ଖବର