ସଟ୍ଟା ଏଜେଣ୍ଟ ଗିରଫ; ୭ହଜାର ୪୯୦ ଜବତ

କେସିଙ୍ଗା : କେସିଙ୍ଗା ପୁଲିସ୍‌ ପକ୍ଷରୁ ଗୁରୁବାର ପୁଣି ଚଢ଼ଉ କରାଯାଇ ସଟ୍ଟା ଏଜେଣ୍ଟ ପ୍ରଦୀପ ବନଛୋର (ଏଲିଆସ ଡାଇନୋକୁ) ଗିରଫ କରାଯାଇଛି। ଏନେଇ ଆଇଆଇସି ସତ୍ୟ ନନ୍ଦ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ପାଖରୁ ୭ ହଜାର ୪୯୦ ଟଙ୍କା, ଗୋଟିଏ ମୋବାଇଲ, ପେନ୍‌ ପୁଲିସ୍‌ ଜବତ କରିଛି। ଆଗକୁ ଚଢ଼ଉକୁ ଜୋରଦାର କରାଯିବ। ସହରରେ ସମ୍ପୂର୍ଣ୍ଣ ସଟା ବନ୍ଦ ନହେବା ପର୍ଯ୍ୟନ୍ତ ଚଢ଼ଉ ଜାରି ରହିବ ବୋଲି ଶ୍ରୀ ନନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର