ଦୁଇଗୋଷ୍ଠୀ ମଧ୍ୟରେ ଉତ୍ତେଜନାରୁ ଅଶାନ୍ତ କେନ୍ଦ୍ରାପଡ଼ାରେ ଆସନ୍ତାକାଲି ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ ଓ ଇଣ୍ଟରନେଟ୍‌ ସେବା

କେନ୍ଦ୍ରାପଡ଼ା : ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ପାଇଁ ସ˚ଘ ପରିବାର ପକ୍ଷରୁ ଆୟୋଜିତ ଏକ ସମାବେଶକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଦେଖାଦେଇଛି ଉତ୍ତେଜନା। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ାରେ ଚବିଶି ଘଣ୍ଟିଆ ୧୪୪ ଧାରା ଜାରି କରାଯାଇଛି। ତେବେ ଏହି ଘଟଣା ପ୍ରତିବାଦରେ ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଆସନ୍ତାକାଲି ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି କେନ୍ଦ୍ରାପଡ଼ାର ମ୍ୟୁନିସିପାଲଟି ଅଞ୍ଚଳରେ ଥିବା ସମସ୍ତ ସ୍କୁଲ, କଲେଜ, ମାଦ୍ରାସ ସମେତ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।  ଏହାସହ ଇଣ୍ଟରନେଟ୍‌ ସେବା ମଧ୍ୟ ବନ୍ଦ ରହିବ ବୋଲି ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଅନ୍ୟ ଗୋଷ୍ଠୀର ଜଲ୍‌ସା କାର୍ଯ୍ୟକ୍ରମ ସେହି ସ୍କୁଲ ପଡିଆରେ କରିବାକୁ ଅନୁମତି ଦିଆଯାଇ ନଥିବାରୁ ଆଜିର କାର୍ଯ୍ୟକ୍ରମକୁ ବିରୋଧ କରି ଗୋଟିଏ ଗୋଷ୍ଠୀର ଲୋକ ସେଠାରେ ଏକଜୁଟ ହୋଇଥିଲେ। ପୂର୍ବତନ ଜିଲ୍ଲାପାଳ ରେଘୁ ଜୀ ଜଲସା କାର୍ଯ୍ୟକ୍ରମକୁ ବନ୍ଦ କରିବା ସହ ଏହି ହାଇସ୍କୁଲ ପଡିଆରେ କୌଣସି ଧାର୍ମିକ ସଭା, ଶୋଭାଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିବାରୁ ଆଜିର କାର୍ଯ୍ୟକ୍ରମକୁ କାହିଁକି ଅନୁମତି ଦିଆଗଲା ବୋଲି ପ୍ରଶ୍ନ କରି ସେହି ଗୋଷ୍ଠୀର ଲୋକ ଏସ୍‌ପି ନିତିଶେଖରଙ୍କ ସହ ଯୁକ୍ତିତର୍କ କରିଥିଲେ। ଏଭଳି ସ୍ଥିତିରେ ଉପଜିଲ୍ଲାପାଳ ସ˚ଜୟ କୁମାର ମିଶ୍ର ସ୍କୁଲ ପଡ଼ିଆ ଓ ୧୨ ନମ୍ବର ଵାର୍ଡ ଅନ୍ତର୍ଗତ ହାଇସ୍କୁଲ ଜଇପୁରା ରାସ୍ତା ଓ ରଣପଡ଼ା ରାସ୍ତାରେ ୧୪୪ ଧାରା ଜାରି କରାଯାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ାରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର