ହାଟଡିହି : ବାଲିଘାଟରେ ୧୪୪ ଧାରା ଜାରି

ହାଟଡିହି : ହାଟଡିହି ବ୍ଲକ୍‌ ଡିମିରିଆ ବୈତରଣୀ ନଦୀଘାଟରୁ ବାଲି ଉତ୍ତୋଳନ ବନ୍ଦ କରାଯାଇଥିଲେ ମଧ୍ୟ ମାଫିଆମାନେ ପ୍ରଶାସନର ନିର୍ଦେଶକୁ ଖାତିର କରୁନାହାନ୍ତି। ବାଲି ଚୋରା ଚାଲାଣ କରୁଛନ୍ତି। ଏନେଇ ଅଭିଯୋଗ ହେବା ପରେ ତହସିଲ ପକ୍ଷରୁ ବାଲିଘାଟରେ ୧୪୪ ଧାରା ଜାରି କରାଯାଇଛି। ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାଶ, ରାଜସ୍ୱ ନିରୀକ୍ଷକ ସୁଶାନ୍ତ ସାମଲ, ସହକାରୀ ରାଜସ୍ୱ ନିରୀକ୍ଷକ ସଞ୍ଜୟ କୁମାର ପେରେଇ, ନନ୍ଦିପଦା ଥାନା ଏସ୍‌ଆଇ ଜନ୍‌ ପଟ୍ଟନାୟକ ପ୍ରମୁଖ ବାଲିଘାଟରେ ନାଲି ପତାକା ଲଗାଇବା ସହ ଫଳକ ପୋତିଛନ୍ତି। ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ଅତିରିକ୍ତ ତହସିଲଦାର ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର