କାଠ ବୋଝେଇ ସ୍କର୍ପିଓ ଜବତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନ ବିଭାଗ ପକ୍ଷରୁ ପିପିଳିଆ ଛକ ନିକଟରେ ଚଢ଼ଉ କରାଯାଇ ଏକ ଚୋରା କାଠ ବୋଝେଇ ସ୍କର୍ପିଓ ଗାଡ଼ି ଜବତ କରାଯାଇଛି। ସ୍କର୍ପିଓ ଗାଡ଼ିରୁ ୭୫ଟି ଶାଳପଟା ଜବତ କରାଯାଇଛି। ଯାହାର ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏକ ସ୍କର୍ପିଓ ଗାଡ଼ିରେ କାଠ ଚୋରା ଚାଲାଣ ହେଉଥିବା ଖବର ପାଇ ପାଟଣା ରେଞ୍ଜର ଘାସିନାଥ ପାତ୍ରଙ୍କ ନେତୃତ୍ୱରେ ଗତକାଲି ବିଳମ୍ବିତ ରାତିରେ ପିପିଳିଆ ଛକ ନିକଟରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା।

ବନ ବିଭାଗ ଗାଡ଼ି ଦେଖି ସ୍କର୍ପିଓ ଡ୍ରାଇଭର ସମେତ କାଠ ମାଫିଆମାନେ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଜବତ ହୋଇଥିବା ଶାଳ କାଠପଟା ଏବଂ ସ୍କର୍ପିଓ ଗାଡ଼ିକୁ ପାଟଣା ବନ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି। ଚଢ଼ଉରେ ରେଞ୍ଜର ଘାସିନାଥ ପାତ୍ର, ଫରେଷ୍ଟର ଚିତ୍ତରଞ୍ଜନ ପରିଡ଼ା, ବନ ବିଭାଗ କର୍ମଚାରୀ ସଞ୍ଜୟ ମହାନ୍ତ, ଏମ୍‌ଡି ୱାସିମ, କାର୍ତ୍ତିକ ମହାନ୍ତ, ମୁରଲୀ ମହାନ୍ତ, ଉମେଶ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର