ବରିଷ୍ଠ ନାଗରିକ ଦିବସ ପାଳିତ: ସ୍ୱତନ୍ତ୍ର ମନ୍ତ୍ରାଳୟ ପାଇଁ ବିଧାନସଭାରେ ହେବ ଆଲୋଚନା

ବଲାଙ୍ଗୀର : ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ମନ୍ତ୍ରାଳୟ ହେଲେ ବହୁ ସମସ୍ୟାର ସମାଧାନ ହୋଇପାରିବ। ସେମାନଙ୍କ ଅର୍ଥନୈତିକ ଓ ସାମାଜିକ ସୁରକ୍ଷା ନିଶ୍ଚିତ କରିବାକୁ ଆଗାମୀ ବିଧାନସଭାରେ ମନ୍ତ୍ରାଳୟ ଗଠନ ପାଇଁ ଆଲୋଚନା କରାଯିବ ବୋଲି ବିଧାୟକ ନରସିଂହ ମିଶ୍ର କହିଛନ୍ତି। ବରିଷ୍ଠ ନାଗରିକ ମଂଚ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ଶ୍ରୀ ମିଶ୍ର ଯୋଗଦେଇ ଏହା କହିଛନ୍ତି।

ପିଆର୍‌ ହାଇସ୍କୁଲ ସେଣ୍ଟିନାରି ହଲରେ ବଲାଙ୍ଗୀର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଥିଲା। ମଂଚର ସଭାପତି ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ହୋଇଥିବା ସଭାରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ମନରଂଜନ ଯୋଷୀ ଯୋଗଦେଇ ବରିଷ୍ଠ ନାଗରିକମାନେ ଜାତୀୟ ସମ୍ପତ୍ତି ଓ ତାଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ ତଥା ମନ୍ତ୍ରାଳୟର ଆବଶ୍ୟକତା ଉପରେ ବର୍ଣ୍ଣନା କରି ବକ୍ତବ୍ୟ ରଖିଥିଲେ। ଏହାସହ ଭତ୍ତା ଯେତେ ବର୍ତ୍ତମାନ ରାଜ୍ୟ ସରକାର ଦେଉଛନ୍ତି ତାହାଠୁ ଢେର ଅଧିକ ଦେବାର ବ୍ୟବସ୍ଥା ହେବା ଦରକାର ବୋଲି ମତ ରଖିଥିଲେ। ମୁଖ୍ୟବକ୍ତାଙ୍କ ଏହି ପ୍ରସ୍ତାବକୁ ନେଇ ମୁଖ୍ୟଅତିଥି ଶ୍ରୀ ମିଶ୍ର ଆଗାମୀ ବିଧାନସଭାରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ମନ୍ତ୍ରାଳୟ ନେଇ ଆଲୋଚନା ନିଶ୍ଚିତ ହେବ ବୋଲି ନିଜ ବକ୍ତବ୍ୟରେ କହିଥିଲେ।

ସାଧାରଣ ସଂପାଦକ ମନୋରଂଜନ ମିଶ୍ର ସଂପାଦକୀୟ ବିବରଣୀ ପଠନ କରିଥିଲେ। ମଂଚର ସଦସ୍ୟ ମଧୁସୂଦନ ନାୟକ ସଭା ପରିଚାଳନା କରିଥିଲେ। ଏହି ଅବସରରେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, ଡ. ଗୋପବନ୍ଧୁ ରଥ ଓ ରତ୍ନମାଳା ବହିଦାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ପ୍ରାରମ୍ଭରେ କଣ୍ଠଶିଳ୍ପୀ ଦୁଃଖୀଶ୍ୟାମ ତ୍ରିପାଠୀ ଓ ତାଙ୍କ ପୁଅ ଶିବାନନ୍ଦ ତ୍ରିପାଠୀ, ବାସୁଦେବ ମେହେର ଓ କପିଳେଶ୍ୱର ଖମାରୀ ଜଗନ୍ନାଥ ଜଣାଣ ଗାନ କରିଥିଲେ। ସୁନୀଲ ଚନ୍ଦ୍ର ବିଶ୍ୱାଲ ଧନ୍ୟବାଦ ଦେଇଥିଲେ। କସ୍ତୁରୀ ରଥ, ପଦ୍ମଚରଣ ଆଚାର୍ଯ୍ୟ, ଧନଞ୍ଜୟ ମିଶ୍ର, କପିଳେଶ୍ୱର ଖମାରୀ, ସୁଧାଂଶୁ ଶେଖର ଦର୍ଜୀ, ଅଶୋକ ମିଶ୍ର, ପ୍ରତାପ ରଥ ସହାୟତା କରିଥିଲେ। ନାଗରିକ କମିଟି, ବାର୍‌ ଏସୋସିଏସନ, ରେଳ ଉପଭୋକ୍ତା ସଂଘ, ସୈନିକ ସଂଘ, ବ୍ରାହ୍ମଣ ମହାସଭା ଇତ୍ୟାଦି ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର