ଶ୍ରୀମନ୍ଦିରରେ ଏଏସଆଇ ମହିଳା ଶ୍ରମିକଙ୍କୁ ମାଡ଼ ମାରିଲେ ସେବାୟତ

ପୁରୀ: ଶ୍ରୀମନ୍ଦିରରେ ଏଏସଆଇ ମହିଳା ଶ୍ରମିକଙ୍କୁ ସେବାୟତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ଶ୍ରମିକ ପୂର୍ଣ୍ଣିମା ବେହେରାଙ୍କ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି। ଦକ୍ଷିଣ ଦ୍ୱାର ଗୁମୁଟ ମରାମତି ସହ ଓ ରୋଷଶାଳାର ପାଖରେ କାର୍ଯ୍ୟ ଚାଲୁଥିବା ବେଳେ ମହିଳା ଶ୍ରମିକ ପାଟିରେ ହାତ ଦେଇଥିଲେ ।

ଏହାକୁ ନେଇ ସେବାୟତ ଜଣଙ୍କ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରି ମାଡ଼ ମାରିଥିଲେ । ତେଣୁ ଏହାକୁ ନେଇ ସମସ୍ତ ଶ୍ରମିକମାନେ କାର୍ଯ୍ୟବନ୍ଦ କରିବା ସହ ସିଂହଦ୍ଵାର ଥାନା ସମ୍ମୁଖରେ ଆନ୍ଦୋଳନ କରିଛନ୍ତି । ସେବାୟତଙ୍କୁ ଚିହ୍ନଟ କରାଯିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଏସଆଇ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର