୭ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ପୁଲିସ ନିକଟରେ ୭ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଏହି ନକ୍ସଲଙ୍କ ମଧ୍ୟରୁ ଜଣଙ୍କ ନାମରେ ୨ଲକ୍ଷ ଏବଂ ଆଉ ଦୁଇ ଜଣଙ୍କ ନାମରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ସରକାର ଘୋଷଣା କରିଥିଲେ। ତେବେ ନିଜ ଆଦର୍ଶରୁ ସଂଗଠନ ବିଚ୍ୟୁତ ହେଉଥିବା ଏବଂ ସରକାରଙ୍କ ଆତ୍ମସମର୍ପଣ ନୀତିରେ ସେମାନେ ପ୍ରଭାବିତ ହୋଇ ସୁକମା ଏସପି ସଲଭ ସିହ୍ନାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏଥିସହିତ, ଆତ୍ମସମର୍ପଣ ସମୟରେ ସେମାନେ ୩୫କିଲୋ ଜିଲୋଟିନ ପୁଲିସକୁ ହସ୍ତାନ୍ତର କରିଛନ୍ତି। ମୁଖ୍ୟସ୍ରୋତରେ ସାମିଲ ହୋଇଥିବାରୁ ସମସ୍ତଙ୍କୁ ଆର୍ଥିକ ସହାୟତା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର