ଦୁଇ ସହିଦ ଏସଓଜି କମାଣ୍ଡୋଙ୍କୁ ‘ସୌର୍ଯ୍ୟଚକ୍ର’

କଟକ : ଓଡ଼ିଶାର ଦୁଇ ଜଣ ଏସଓଜି କମାଣ୍ଡୋଙ୍କୁ ସେମାନଙ୍କ ସାହସିକତା ପାଇଁ ସମ୍ମାନଜନକ ସୌର୍ଯ୍ୟଚକ୍ର ସମ୍ମାନ ମିଳିବ। ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସହିଦ ଏସଓଜି କମାଣ୍ଡୋ ଦେବାଶିଷ ସେଠୀ ଓ ସହିଦ ଏସଓଜି କମାଣ୍ଡୋ ସୁଧୀର କୁମାର ଟୁଡୁଙ୍କୁ ତାଙ୍କର ସାହସିକତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଏଭଳି ସମ୍ମାନ ପାଇଁ ମନୋନୀତ କରାଯାଇଥିବାରୁ ଓଡ଼ିଶା ପୁଲିସ ପକ୍ଷରୁ ଭାରତ ସରକାରଙ୍କୁ ପୁଲିସ ଡିଜି ଶ୍ରୀ ଅଭୟ କୃତଜ୍ଞତା ଜଣାଇଛନ୍ତି। ୨୦୨୦ ସେପ୍ଟେମ୍ବର ୯ ତାରିଖରେ ତାରିଖରେ କଳାହାଣ୍ଡି ଜିଲ୍ଲାର ସିକ୍ରି ଜଂଗଲରେ ମାଓବାଦୀଙ୍କ ସହିତ ମୁକାବିଲା ବେଳେ ନିଜ ଜୀବନକୁ ବାଜିରେ ଲଗାଇ ଦେଇଥିଲେ। ସେଠାରେ ଉଭୟ ଦୃଷ୍ଟାନ୍ତମୂଳକ ସାହସିକତା ପ୍ରଦର୍ଶନ କରି ସହିଦ ହୋଇଥିଲେ। କମାଣ୍ଡୋ ଦେବାଶିଷ ଓ ସୁଧୀର ସେମାନଙ୍କ ବଳିଦାନ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ଓଡ଼ିଶା ପୁଲିସ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର