୬ ଓଏଏସ୍ ଅଧିକାରୀଙ୍କ ବଦଳି

ଭୁବନେଶ୍ବର : ରାଜ୍ୟ ସରକାର ବୁଧବାର ଦିନ ୬ ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି। ମାଲକାନଗିରିର ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କୁ ଦକ୍ଷିଣାଞ୍ଚଳ ଆର୍‌ଡିସିଙ୍କ କାର୍ଯ୍ୟାଳୟରେ ବନ୍ଦୋବସ୍ତ ଅତିରିକ୍ତ କମିସନର୍ ଭାବେ ବଦଳି କରାଯାଇଥିଲା ବେଳେ ମାଲକାନଗିରିର ଅତିରିକ୍ତ ଜିଲ୍ଲାପାଳ ଭାବେ ଓଏମ୍‌ସିର ଆଞ୍ଚଳିକ ପ୍ରବନ୍ଧକ ରୋମାଞ୍ଚଳ ଖମାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଯାଜପୁରର ଉପଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଅବକାରୀ ଯୁଗ୍ମ କମିସନର୍, ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଦିଲ୍ଲୀପ କୁମାର ମହାରଣାଙ୍କୁ ଏମ୍ଏସ୍ଏମ୍ଇ ବିଭାଗର ଯୁଗ୍ମ ସଚିବ, ଭଞ୍ଜନଗର ବିଡିଓ ଅନିଲ କୁମାର ସେଠୀଙ୍କୁ ଯାଜପୁର ଉପଜିଲ୍ଲାପାଳ ଏବଂ ରାଜସ୍ବ ପର୍ଷଦର ଉପସଚିବ ପ୍ରଭାତ କୁମାର ସାହୁଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍‌ଙ୍କ ଉପ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏ ସମ୍ପର୍କରେ ବିଜ୍ଞପ୍ତି ଜାରି ହୋଇଛି।

ସମ୍ବନ୍ଧିତ ଖବର