ଭୁ‌ବନେଶ୍ବର: ସମଗ୍ର ରାଜ୍ୟରେ ଥିବା ସର୍ବସାଧାରଣ ସ୍ଥାନମାନଙ୍କରେ ଛେପ ପକାଇବା ଏକ ଦଣ୍ଡନୀୟ ଅପରାଧ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।

Advertisment

ଛେପ ଦ୍ବାରା କରୋନାଭାଇରସ୍ ସଂକ୍ରମଣ ଆଶଙ୍କା ଥିବାରୁ ରାଜ୍ୟ ସରକାର ଏ ଭଳି ନିୟମ ଲାଗୁ କରିଥିବା କଥା ସେ କହିଛନ୍ତି। କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ଯେମିତି ମାସ୍କ୍‌ ପିନ୍ଧିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି ଏବଂ ଉଲ୍ଲଂଘନକାରୀମାନଙ୍କ ପ୍ରତି ଜରିମାନା ବ୍ୟବସ୍ଥା କରାଯାଇଛି; ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ମଧ୍ୟ ଜରିମାନା ପଡ଼ିବ ବୋଲି ମୁଖ୍ୟ ଶାସନ ସଚିବ ଚେତାଇ ଦେଇଛନ୍ତି।

publive-image

ସେ କହିଛନ୍ତି ଯେ ଏହି ନିଷେଧାଦେଶ ଉଲ୍ଲଂଘନକାରୀଙ୍କୁ ପ୍ରଥମ ତିନି ଥର ଲାଗି ୨୦୦ ଟଙ୍କା ଜରିମାନାରେ ଦଣ୍ଡିତ କରାଯିବ। ଏହା ପରେ ସମ୍ପୃକ୍ତ ଉଲ୍ଲଂଘନକାରୀଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏହି ନିଷିଦ୍ଧାଦେଶକୁ ପ୍ରବର୍ତ୍ତନ କରିବା ଓ ଜରିମାନା ଆଦାୟ କରିବାକୁ ବ୍ଲକ୍‌ ଏକ୍ସଟେନ୍‌ସନ୍ ଅଫିସର୍, ଅତିରିକ୍ତ ତହସିଲଦାର୍, ପୁଲିସ ଏଏସ୍ଆଇ ଓ ମ୍ୟୁନିସପାଲିଟି ‌ୱାର୍ଡ ଅଫିସର୍‌ଙ୍କୁ କ୍ଷମତା ପ୍ରଦାନ କରାଯାଇଛି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ପ୍ରଥମେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପରେ  ଭଦ୍ରକ ଜିଲ୍ଲା ପ୍ରଶାସନ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ ନିଷେଧାଦେଶ ଜାରି କରିଥିଲେ।