ଦୀପାବଳିରେ ବାଣ ଫୁଟାକୁ ନେଇ ନୂଆ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର, କେବଳ ଗ୍ରୀନ କ୍ରାକରକୁ ଅନୁମତି

ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଯାଇପାରିବ

ଭୁବନେଶ୍ବର : ଆସନ୍ତା ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଏକ ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର । ନୂଆ ନିୟମ ଅନୁସାରେ ଦୀପାବଳିରେ କେବଳ ପରିବେଶ ଅନୁକୂଳ ବାଣ ବା ଗ୍ରୀନ କ୍ରାକରକୁ ଅନୁମତି ଦିଆଯାଇଛି । ବାଣ ଫୁଟାକୁ ନେଇ ଗତ ଅକ୍ଟୋବର ୩୦ରେ ସୁପ୍ରିମ କୋର୍ଟ ଓ ଆଜି ଓଡ଼ିଶା ହାଇକୋର୍ଟଙ୍କ ରାୟ ଆସିବା ପରେ ରାଜ୍ୟ ସରକାର ଏହି ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି । ଆଜି ଓଡ଼ିଶା ହାଇକୋର୍ଟ ଏକ ନିର୍ଦ୍ଦେଶ ଜାରି କରି କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି । କେବଳ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତ୍ତା ସଂଗଠନ (ପେଲୋ) ଅନୁମତିପ୍ରାପ୍ତ ପରିବେଶ ଅନୁକୂଳ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି ।

 

ଏସଆରସିଙ୍କ ପକ୍ଷରୁ ଜାରି ସଂଶୋଧିତ ଗାଇଡଲାଇନ

. ଦୀପାବଳି ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ।
. କେବଳ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତ୍ତା ସଂଗଠନ (ପେସୋ) ଅନୁମୋଦିତ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦିଆଯାଇଛି ।
. ଅନ୍ୟପ୍ରକାରର ବାଣର ବିକ୍ରି ଓ ଫୁଟାଇବାକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି ।
. କେବଳ ପେସୋ ଦ୍ବାରା ପ୍ରମାଣପତ୍ର ପାଇଥିବା ଡିଲର ହିଁ ବାଣ ବିକ୍ରି କରିପାରିବେ ।
. ଭାରତୀୟ ବିସ୍ଫୋରକ ଆଇନ ଅଧିନରେ ଉପଯୁକ୍ତ ଅଧିକାରୀଙ୍କଠାରୁ ଅନୁମତିପ୍ରାପ୍ତ ଖୁଚୁରା ବ୍ୟବସାୟୀମାନେ ହିଁ ବାଣ ଦୋକାନ ଖୋଲିପାରିବେ ।
. ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ସ୍ଥାନରେ ହିଁ ବାଣ ଦୋକାନ ଖୋଲାଯାଇପାରିବ । ସେଠାରେ କୋଭିଡ୍ କଟକଣା ପାଳନ କରାଯିବ ।

 

ସମ୍ବନ୍ଧିତ ଖବର