ଫନି ମାଡ଼ : ବର୍ତିପ‌ାରିଲାନି ଶ୍ରୀମନ୍ଦିର, ଲୁହା ଭାରା ଖୋଲିଲେନି, ବିପଦ ଟାଣି ଆଣିଲେ

ନୀଳଚକ୍ର ତଳେ ଶ୍ରୀମନ୍ଦିର ଉପରେ ଦେଢ଼ ଇଞ୍ଚ ଫାଟ, ଭାଙ୍ଗିଯାଇଛି ‌ଭୋଗମଣ୍ଡପ ଉପର ଗରା, ଦୁର୍ମୂଲ୍ୟ ଦୁଇ ସିଂହ ବି ଭାଙ୍ଗିଗଲେ, ପ୍ରାଚୀନ ଶ୍ରୀମନ୍ଦିର ପ୍ରତିକୃତି ବି ଭାଙ୍ଗିଯାଇଛି, ସାରା ରାତି ଅନ୍ଧାରରେ ରହୁଛି ଶ୍ରୀମନ୍ଦିର

ଭୁବନେଶ୍ବର : ଥରେ କି ଦୁଇଥର ନୁହେଁ, ଏଏସ୍ଆଇ ମରାମତି ଲାଗି ବାନ୍ଧିଥିବା ଲୁହା ଭାରା ବାରମ୍ବାର ଧକ୍କା େଦଇଥିଲା ଶ୍ରୀମନ୍ଦିରକୁ। େବଶ କିଛି ସମୟ ଧରି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି ଆଣିଥିବା ଭୀଷଣ ପବନ ଓ ଟନ୍ ଟନ୍ ଲୁହାରେ ନିର୍ମିତ ଏହି ଭାରା ମଧ୍ୟରେ ବଳ କଷାକଷି ଚାଲିଥିଲା। େଶଷରେ ଭୀଷଣ ପବନରେ ଲୁହା ଭାରା ଭୁଶୁଡି ପଡିଥିଲା ସାକ୍ଷୀଗୋପାଳ ମନ୍ଦିର ଉପରେ।

ସେତେବେଳକୁ କିନ୍ତୁ ଲୁହାଭାରା ମାଡ଼ େହାଇ ଶ୍ରୀମନ୍ଦିର ନୀଳଚକ୍ର ତଳେ ତଥା ଅଁଳାବେଢା ସଂଲଗ୍ନ ରାମାନନ୍ଦୀ ଚିତା ଉପରେ ପ୍ରାୟ ଦେଢ ଇଞ୍ଚର ଫାଟ ଚାରିପଟେ ସୃଷ୍ଟି େହାଇସାରିଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ େଭାଗମଣ୍ଡପ ଉପରେ ଥିବା ଗରା (ଯାହା ପଛର ଏକ ବଡ଼ କାହାଣୀ ମାଦଳା ପାଞ୍ଜିରେ ରହିଛି) ତାହା ଭାଙ୍ଗିଯାଇଥିଲା।

ଗତ ତିନି ତାରିଖରେ ପୁରୀରେ ମାଡ଼ େହାଇଥିବା ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି କେବଳ ପୁରୀ ବା ଭୁବନେଶ୍ବର ନୁହେଁ ବରଂ ମହାପ୍ରଭୁ ଅବସ୍ଥାନ କରୁଥିବା ଶ୍ରୀମନ୍ଦିରକୁ ଏମିତି ଭାବେ ଆଘାତ ଦେଇଛି। େଗାଟିଏ ପଟେ ଶ୍ରୀମନ୍ଦିର ପ୍ରଶାସନ ତରବରିଆ ଭାବେ କ୍ଷୟକ୍ଷତି ରିେପାର୍ଟ ପ୍ରସ୍ତୁତ କରିସାରିଛନ୍ତି। ଅନ୍ୟପଟେ ଧୀରେ ଧୀରେ ଶ୍ରୀମନ୍ଦିରରେ େହାଇଥିବା କ୍ଷତ ସଂପର୍କିତ ତଥ୍ୟ ପଦାକୁ ଆସିବା ପରେ ଶ୍ରୀଜଗନ୍ନାଥ େପ୍ରମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି େହଲାଣି। ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଏବଂ ଏଏସ୍ଆଇର ଅକ୍ଷମଣୀୟ ତ୍ରୁଟି ଓ ଦାୟିତ୍ବହୀନତା ଉପରେ ପୁଣି ଥରେ ଆଙ୍ଗୁଳି ଉଠିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତି ଏମାନଙ୍କ େବଖାତିର୍ ମନୋଭାବକୁ ସେବକ ସମାଜ, ବୁଦ୍ଧିଜୀବୀ, ଶ୍ରୀଜଗନ୍ନାଥ େପ୍ରମୀ କଡ଼ା ଭାଷାରେ ନିନ୍ଦା କରୁଛନ୍ତି।

ସବୁଠାରୁ ବଡ଼ କଥା େହଉଛି, ଶ୍ରୀମନ୍ଦିର ପ୍ରଶାସନ ଏସବୁ କ୍ଷତ ସଂପର୍କରେ ଜାଣିବା ପରେ ବି ଏଏସ୍ଆଇକୁ ଅନୁଧ୍ୟାନ ପାଇଁ ଏଯାଏ ନିର୍ଦେଶ ଦେଇନାହିଁ କିମ୍ବା ରାଜ୍ୟ ସରକାର ମଧ୍ୟ ଏତେ ବଡ ସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରିନାହାନ୍ତି। ଏଏସ୍ଆଇ କର୍ତୃପକ୍ଷ ଏତେ ବେଫିକର େଯ ଶ୍ରୀମନ୍ଦିର ମରାମତି ଦାୟିତ୍ବ ହାତରେ ରଖି ବି ବାତ୍ୟା ମାଡ଼ ପରେ କଣ ଭଲ ମନ୍ଦ ହେଲା, ତାକୁ ଅନୁଧ୍ୟାନ ଲାଗି ଏଯାଏ ଥରୁଟିଏ ବି ଆସିନାହାନ୍ତି।

ନବକଳେବର ପରଠାରୁ ବାରମ୍ବାର ଭୁଲ କାରଣ େଯାଗୁଁ ପୁରୀ ଓ ଶ୍ରୀମନ୍ଦିର ଚର୍ଚ୍ଚାରେ ରହିଛି। ପୁରୀରେ ବାତ୍ୟା ମାଡ଼ େହବା ଘଟଣାରେ ମହାପ୍ରଭୁଙ୍କ ପ୍ରତି େହଉଥିବା ଅବିଚାର ଏକ ପ୍ରମୁଖ କାରଣ େବାଲି େଗାଟିଏ େଗାଷ୍ଠୀ ଚର୍ଚ୍ଚା କରୁଛନ୍ତି। ଠିକ୍ ଏମିତି ସମୟରେ ଏହି ଖବର ଏହି ଚର୍ଚ୍ଚାକୁ ଆହୁରି ବଳ େଦଇଛି।

ଶ୍ରୀମନ୍ଦିରରେ ଚୂନରା େସବକ ନୃସିଂହ ମହାପାତ୍ର ଆଜି ନୀଳଚକ୍ରରେ ପତିତପାବନ ବାନା ଲଗାଇ ଓହ୍ଲାଇବା ପରେ ଅପରାହ୍ନରେ ‘ସମ୍ବାଦ’କୁ କହିଛନ୍ତି, ଶ୍ରୀମନ୍ଦିର ମରାମତି କାର୍ଯ୍ୟ େକବେଠାରୁ ସରିଲାଣି। ଏହି ଭାରା େଖାଲି ନେବା ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ଆମେ ବହୁ ପୂର୍ବରୁ ଜଣାଇଥିଲୁ। ହେଲେ କର୍ତୃପକ୍ଷ ଏ େନଇ ଦୃଷ୍ଟି ଦେଲେନି ବରଂ ଲେଖି ଜଣାଇବା ପାଇଁ ଆମକୁ କହିଥିଲେ। ନିକଟରେ ଏକ ପାଗଳ ଶ୍ରୀମନ୍ଦିର ଉପରକୁ ଉଠିଯାଇଥିଲା। ଏହି ଘଟଣା ପରେ ପୁଣି ଥରେ ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଅଣାଯାଇଥିଲା େଯ ତୁରନ୍ତ ଏହି ଭାରା େଖାଲାଯାଉ। ଅନ୍ୟଥା ଏହି ବାଟ େଦଇ େଯ କେହି ଶ୍ରୀମନ୍ଦିର ଉପରକୁ ଚଢିଯାଇପାରେ। ଏହା ସମ୍ଭବତଃ ମହାପ୍ରଭୁଙ୍କ ବାତ୍ୟା ପୂର୍ବରୁ ସଙ୍କେତ ଥିଲା। କର୍ତୃପକ୍ଷ କିନ୍ତୁ ଚେତିବା ବଦଳରେ ଉପରୁ ମାତ୍ର ତିନି ଥାକ ଭାରା କାଢିଦେଲେ। ଆଉ େଶଷରେ ଏହି ଭାରା ମାଡ଼ରେ ଶ୍ରୀମନ୍ଦିର ଆଜି ଦୁର୍ବଳ େହାଇପଡିଛି।

କିଛି ସେବକ ବୁଲି ବୁଲି େଦଖାଇଥିଲେ ଯେ ବାତ୍ୟା ପବନ ଓ ଭାରା ମଧ୍ୟରେ େଯଉଁ ବଳ କଷା କଷି ଚାଲିଲା, େସଥିରେ ବରାହ ମନ୍ଦିରର ମୁଣ୍ଡି ଭାଙ୍ଗିଯାଇଛି ଓ ଦୁଇଟି ଦୁର୍ମୂଲ୍ୟ ସିଂହ ମୂର୍ତି ବି। ସାକ୍ଷୀେଗାପାଳ ମନ୍ଦିରର ମୁଣ୍ଡି ମଧ୍ୟ ଭାଙ୍ଗିଯାଇଛି ଓ େସଥିରେ କ୍ଷତ ସୃଷ୍ଟି େହାଇଛି। ସମ୍ଭବତଃ ଏହି କାରଣରୁ ଶ୍ରୀମନ୍ଦିରରେ ଲାଗିଥିବା ପଥର ଚହଲି ଯାଇଥାଇପାରେ। ଏଣୁ ଗର୍ଭଗୃହରେ ବର୍ଷା ପାଣି ପଡିଲା ଓ ନିକଟରେ ମରାମତି ସରିଥିବା ଜଗମୋହନରୁ ବି ପାଣି ଝରୁଛି।

ଅନ୍ୟପଟେ ଅନୁଧ୍ୟାନ ବେଳେ ଦେଖାଯାଇଛି େଯ ଶ୍ରୀମନ୍ଦିର ନିର୍ମାଣ ପୂର୍ବରୁ ଏହାର ଏକ ପ୍ରତିକୃତି ନିର୍ମାଣ କରାଯାଇଥିଲା। ତାରି ଢାଞ୍ଚାରେ ପରବର୍ତୀ ସମୟରେ ଶିଳ୍ପୀମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରିଥିଲେ। ଏହି ପ୍ରତିକୃତିଟି ମାଆ ବିମଳାଙ୍କ ମନ୍ଦିରରୁ ଭୁବନେଶ୍ବରୀଙ୍କ ମନ୍ଦିର ଯିବା ବାଟରେ ସ୍ଥାପିତ େହାଇଛି। ଶ୍ରୀମନ୍ଦିରର ସବୁଠାରୁ ଏହି ପ୍ରାଚୀନ କୀର୍ତି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି ମାଡ଼ରେ ଫାଟି ଯାଇଛି। ଭୁଶୁଡି ଗଳି ପଡିନଥିଲେ ବି ଏଥିରେ ଏକାଧିକ ଫାଟ ସୃଷ୍ଟି େହାଇଛି। ଏହାକୁ କିଭଳି ରକ୍ଷା କରାଯିବ, େସ େନଇ କାହାର ନିଘା ନାହିଁ। ସେହିଭଳି ବଟବୃକ୍ଷ କେବଳ ଥୁଣ୍ଟା େହାଇନି ବରଂ ପବନରେ ଏମିତି େଦାହଲିଯାଇଛି େଯ ତାର ସଂଲଗ୍ନ ଚଟାଣରେ ଏକାଧିକ ଫାଟ ସୃଷ୍ଟି େହାଇଥିବା େସବକମାେନ ଦେଖାଇଥିଲେ।

ଆଜି ଶ୍ରୀମନ୍ଦିର େଲାକସଂପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ଗର୍ଭଗୃହରେ ପାଣି ପଡିବା ଠାରୁ ଆରମ୍ଭ କରି ଲୁହା ଭାରା ମା଼ଡରେ ବରାହ ମନ୍ଦିରରେ େହାଇଥିବା କ୍ଷତି, ସିଂହ ଭାଙ୍ଗିଯିବା କଥାକୁ ସ୍ବୀକାର କରିଛନ୍ତି। ଶ୍ରୀ ପୂଜାପଣ୍ଡା କହିଛନ୍ତି େଯ ‘ଫନି’ ମାଡରେ ଶ୍ରୀମନ୍ଦିରରେ ବିଜୁଳି ଓ ପାଣି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ନଷ୍ଟ େହାଇଯାଇଛି। େଯଉଁ କାରଣ ପାଇଁ ମହାପ୍ରଭୁଙ୍କ ନୀତି ବାତ୍ୟା ଦିନ ପ୍ରଭାବିତ େହାଇଥିଲା। ହେଲେ ଏଯାଏ ମଧ୍ୟ ବିଜୁଳି ସ୍ଥିତିରେ ସୁଧାର ଆସୁନାହିଁ।

ସବୁଠାରୁ ସାଂଘାତିକ କଥା େହଉଛି, ଶ୍ରୀମନ୍ଦିର ରାତିରେ ପୂରା ଅନ୍ଧାରରେ ରହୁଛି। େଯଉଁ େଜନରେଟର ବ୍ୟବସ୍ଥା େହାଇଛି, ତାହା ସକାଳ ପହଡ େଖାଲିବା ପରଠାରୁ ବଡ଼ ସିଂହାର େଶଷ େହବା ପର୍ଯ୍ୟନ୍ତ। େଦଶର ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ ଶ୍ରୀମନ୍ଦିର ପ୍ରତି ବାରମ୍ବାର ଆତଙ୍କବାଦୀ ଆକ୍ରମଣ ଭୟ ଥିବା କଥା କୁହାଯାଉଛି। ଏପରିସ୍ଥଳେ ସାରା ରାତି ଶ୍ରୀମନ୍ଦିରକୁ ଅନ୍ଧାରରେ ରଖାଯିବା କେତେଦୂର ଠିକ୍, ତାହା ବୁଦ୍ଧିଜୀବୀ ଓ ପୁରୁଖା ପୁଲିସ ଅଧିକାରୀଙ୍କୁ ଆଚମ୍ବିତ କରିଛି।

ଶ୍ରୀ ପୂଜାପଣ୍ଡା କହିଛନ୍ତି େଯ ରାତିରେ ଶ୍ରୀମନ୍ଦିର ବାହାରେ କେବଳ ଆେଲାକର ବ୍ୟବସ୍ଥା କରାଯାଇଛି। ଏକଥା ବି ସେ କହିଛନ୍ତି େଯ ଏଏସ୍ଆଇ କର୍ତୃପକ୍ଷ ଶ୍ରୀମନ୍ଦିର ଅନୁଧ୍ୟାନ ଲାଗି ଏଯାଏ ଆସିନାହାନ୍ତି। କିନ୍ତୁ ମନ୍ଦିର ପ୍ରଶାସନର ଆକଳନ ଅନୁସାରେ ୫ େକାଟି ୧୦ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ େହାଇଛି ଓ ଏହାକୁ ଆଧାର କରି ଶ୍ରୀମନ୍ଦିର ପୁନରୁଦ୍ଧାର କାର୍ଯ୍ୟ ଲାଗି ଆଜି ଭାରତର ତୈଳ ନିଗମ ୫ େକାଟି ଟଙ୍କା ଦେଇଛନ୍ତି।

ସମ୍ବନ୍ଧିତ ଖବର