ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩,୪୦୫ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୦

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩,୪୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯୪୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୪୬୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୮୩ଜଣ, ବାଲେଶ୍ୱରରୁ ୨୯୬ଜଣ, ବରଗଡ଼ରୁ ୬୬ ଜଣ, ଭଦ୍ରକରୁ ୧୭୯ଜଣ, ବଲାଙ୍ଗୀରରୁ ୧୮ ଜଣ, ବୌଦ୍ଧରୁ ୫୯ଜଣ, କଟକରୁ ୨୩୦ଜଣ, ଦେବଗଡ଼ରୁ ୨୩ ଜଣ, ଢେଙ୍କାନାଳରୁ ୫୪ଜଣ, ଗଜପତିରୁ ୫୮ ଜଣ, ଗଞ୍ଜାମରୁ ୩୬ ଜଣ, ଜଗତସିଂହପୁରରୁ ୧୨୯ ଜଣ, ଯାଜପୁରରୁ ୩୯୧ ଜଣ, ଝାରସୁଗୁଡ଼ାରୁ ୯ ଜଣ, କଳାହାଣ୍ଡିରୁ ୫୪ ଜଣ, କନ୍ଧମାଳରୁ ୫୫ ଜଣ, କେନ୍ଦ୍ରାପଡ଼ାରୁ ୭୩ଜଣ, କେଉଁଝରରୁ ୮୯ଜଣ, ଖୋର୍ଦ୍ଧାରୁ ୫୦୦ ଜଣ, କୋରାପୁଟରୁ ୬୩ ଜଣ, ମାଲକାନଗିରିରୁ ୭୨ଜଣ, ମୟୁରଭଞ୍ଜରୁ ୧୮୭ଜଣ, ନବରଙ୍ଗପୁରରୁ ୮୩ ଜଣ, ନୟାଗଡ଼ରୁ ୯୭ଜଣ, ନୂଆପଡ଼ାରୁ ୨୮ ଜଣ, ପୁରୀରୁ ୧୪୧ଜଣ, ରାୟଗଡ଼ାରୁ ୪୫ଜଣ, ସମ୍ୱଲପୁରରୁ ୩୮ଜଣ, ସୋନପୁରରୁ ୨୫, ସୁନ୍ଦରଗଡ଼ରୁ ୪୮ ଓ ଷ୍ଟେଟ ପୁଲରୁ ୭୬ଜଣକରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୮,୫୯ ,୫୨୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୮,୦୪,୯୮୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୧, ୧୦୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର