ଚିକିତ୍ସାଧୀନ ଅବସ୍ଥାରେ ନନ୍ଦନକାନନରେ ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁ

ଭୁବନେଶ୍ୱର: ଯତ୍କତ ରୋଗରେ ପଡ଼ିବା ପରେ ଚିକିତ୍ସିତ ହେଉଥିବା ଧଳା ମହାବଳ ବାଘ ଶୁଭ୍ରାଂଶୁର ମଙ୍ଗଳବାର ସକାଳ ୧୦ଟା ୧୫ ମିନିଟ୍‌ରେ ନନ୍ଦନକାନନରେ ମୃତ୍ୟୁ ଘଟିଛି। ଶୁଭ୍ରାଂଶୁର ମୃତ୍ୟୁ ପରେ ନନ୍ଦନକାନନରେ ମହାବଳ ବାଘ ସଂଖ୍ୟା ୮କୁ ଖସିଛି। ସେ ଯତ୍‌କୃତ ଜନିତ ରୋଗରେ ପୀଡ଼ିତ ହେବା ପରେ ବିଶେଷଜ୍ଞମାନଙ୍କ ଦ୍ୱାରା ଚିକିତ୍ସିତ ହେଉଥିଲା। ଗତ ମାସଠାରୁ ଅସୁସ୍ଥ ହୋଇପଡ଼ିଥିଲା ଶୁଭ୍ରାଂଶୁ।

୨୦୧୪ ମସିହା ଜୁଲାଇ ୧୮ ତାରିଖରେ ଧଳା ବାଘୁଣୀ ସ୍ନେହା ଓ ନାଲି ବାଘ ମନିଷର ମିଳନରୁ ଶୁଭ୍ରାଂଶୁ ଜନ୍ମ ହୋଇଥିଲା। ଶୁଭ୍ରାଂଶୁର ମୃତ୍ୟୁ ପରେ ମହାବଳ ବାଘ ସଂଖ୍ୟା ୮କୁ ଖସିଥିବା ବେଳେ ସମୁଦାୟ ବାଘ ସଂଖ୍ୟ ନନ୍ଦନକାନନରେ ୨୫କୁ ଖସିଛି।

ସମ୍ବନ୍ଧିତ ଖବର