ପରିବାର ଅଦାଲତରେ ସାକ୍ଷ୍ୟ ଗ୍ରହଣ ପ୍ରସଂଗ: ବର୍ଷାଙ୍କ ପିଟିସନ୍‌ର ଶୁଣାଣି ଶେଷ

କଟକ : ପରିବାର ଅଦାଲତରେ ସାକ୍ଷ୍ୟ ଗ୍ରହଣ ପ୍ରସଂଗ ନେଇ ବର୍ଷା ପ୍ରିୟଦର୍ଶିନୀ ଦାୟର କରିଥିବା ପିଟିସନ ଉପରେ ଶୁଣାଣି ଶେଷ ହୋଇଛି। ମାମଲାର ରାୟ ସଂରକ୍ଷିତ ରହିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ମାମଲାରେ ପୂର୍ବରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିବା ବେଳେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଧାର୍ଯ୍ୟ ତାରିଖରେ ବର୍ଷା ଉପସ୍ଥିତ ନ ରହିବାରୁ ଅଦାଲତ ସାକ୍ଷ୍ୟ ଗ୍ରହଣ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର ପାଇଁ ବର୍ଷା ପରିବାର ଅଦାଲତରେ ପିଟିସନ ଦାଖଲ କରିଥିଲେ। ଏଥ‌ିରେ ଦର୍ଶାଯାଇଥିଲା ଯେ ମାମଲାର ଉପଯୁକ୍ତ ଶୁଣାଣି ଓ ଫଏସଲା ପାଇଁ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଜରୁରୀ। ଏଭଳି ସ୍ଥିତିରେ ପୂର୍ବର ନିର୍ଦ୍ଦେଶ ପ୍ରତ୍ୟାହାର କରି ମାମଲାରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଉ ବୋଲି ପିଟିସନରେ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ବର୍ଷାଙ୍କ ଏପରି ପିଟିସନକୁ ଅନୁଭବ ମହାନ୍ତିଙ୍କ ତରଫରୁ ବିରୋଧ କରାଯାଇଥିଲା। ବର୍ଷା ଜାଣିଶୁଣି ମାମଲା ଶୁଣାଣିରେ ବିଳମ୍ବ କରୁଛନ୍ତି ବୋଲି ଅନୁଭବଙ୍କ ତରଫରୁ ଆପତ୍ତିରେ ଦର୍ଶାଯାଇଥିଲା। ପରିବାର ଅଦାଲତରେ ଉଭୟ ପକ୍ଷ ଯୁକ୍ତି ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର