ଦେଢ଼ ଲକ୍ଷ ଟପିଲା ସୁସ୍ଥ ରୋଗୀଙ୍କ ସଂଖ୍ୟା; ଦିନକରେ ୩୮୩୪ ସୁସ୍ଥ, ୪୧୮୯ ପଜିଟିଭ୍

୧୧ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ଦେଢ଼ ଲକ୍ଷ ଟପିଛି। ଆଜି ୩୮୩୪ ଜଣ ସୁସ୍ଥ ହେବା ପରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୫୩ ହଜାର ୨୧୩କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୩୪ ହଜାର ୩୨୪ ଚିକିତ୍ସାଧୀନ କରୋନା ରୋଗୀ ରହିଛନ୍ତି। ରାଜ୍ୟରେ ଏବେ ଲଗାତାର ଭାବେ ୩ହଜାରରୁ ଅଧିକ ରୋଗୀ ଦିନକୁ ସୁସ୍ଥ ହେଉଛନ୍ତି। ଏହାସତ୍ତ୍ବେ ଚିକିତ୍ସାଧୀନ ରୋଗୀ ତାଲିକା‌ରେ ଓଡ଼ିଶା ଦେଶର ୧୦ଟି ରାଜ୍ୟ ଭିତରେ ରହିଛି। ଖୋର୍ଧାରୁ ସର୍ବାଧିକ ୫୨୫ ରୋଗୀ ସୁସ୍ଥ ହୋଇଛନ୍ତି। କଟକ ୩୮୯, ପୁରୀ ୨୭୪, ଅନୁଗୁଳ ୨୧୦, ବରଗଡ଼ ୧୯୦, ବାଲେଶ୍ବର ୧୮୫, ବଲାଙ୍ଗୀର ୧୮୩, କେନ୍ଦ୍ରାପଡ଼ା ୧୫୬, କଳାହାଣ୍ଡି ୧୫୦, ସମ୍ବଲପୁର ୧୩୮, ଜଗତସିଂହପୁର ୧୨୩, ମୟୂରଭଞ୍ଜ ୧୨୨, ଯାଜପୁର ୧୧୮, କନ୍ଧମାଳ ଓ ସୁନ୍ଦରଗଡ଼ ୧୧୦, ନବରଙ୍ଗପୁର ୯୭, ସୋନପୁର ୯୩, ନୂଆପଡ଼ା ୯୧, କୋରାପୁଟ ୭୪, ଝାରସୁଗୁଡ଼ା ୭୦, କେନ୍ଦୁଝର ଓ ନୟାଗଡ଼ରୁ ୫୫ ଲେଖାଏଁ, ଭଦ୍ରକ ୫୩, ବୌଦ୍ଧ ୪୧, ମାଲକାନଗିରି ୨୭, ରାୟଗଡ଼ା ୨୨, ଦେବଗଡ଼ ୨୦, ଢେଙ୍କାନାଳ ଓ ଗଞ୍ଜାମରୁ ୧୭ଜଣ ଲେଖାଏଁ, ଗଜପତି ୧୩ ଓ ଷ୍ଟେଟ୍‌ ପୁଲରୁ ୧୦୬ଜଣ ସୁସ୍ଥ ହୋଇଛନ୍ତି।

ଯଦିଓ ଗୋଟିଏ ପଟେ ରାଜ୍ୟରେ ସୁସ୍ଥ ସଂଖ୍ୟା ବଢ଼ୁଛି, ଅନ୍ୟପକ୍ଷରେ କରୋନାର ଦ୍ରୁତ ସଂକ୍ରମଣ ଓ ମୃତ୍ୟୁ ଜାରି ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୧୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୧୪ଟି ଜିଲ୍ଲାରେ ଶହେରୁ ଅଧିକ ରୋଗୀ ରହିଛନ୍ତି। ଆଜି ୧୧ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଭାବେ ଘୋଷଣା ହୋଇଛି। ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୭୨୧କୁ ବୃଦ୍ଧି ପାଇଛି। ଆଜି କରୋନାରେ ବାଲେଶ୍ବର, ବଲାଙ୍ଗୀର, ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାରୁ ୨ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ଏହାବାଦ୍ ଭଦ୍ରକ, ଭୁବନେଶ୍ବର ଓ ପୁରୀ‌ରେ ଜଣେ ଲେଖାଏଁ କରୋନାର ଶିକାର ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ୨୧୮ଜଣ ପ୍ରାଣ ହରାଇଛନ୍ତି। ଏହାସହ ଖୋର୍ଧାରେ ୧୦୬, କଟକ ୫୯, ସୁନ୍ଦରଗଡ଼ ୩୯, ପୁରୀ ୩୮, ରାୟଗଡ଼ା ୩୫, ଗଜପତି, ସମ୍ବଲପୁରରେ ୨୨ ଲେଖାଏଁ, କନ୍ଧମାଳ ୧୯, ନୟାଗଡ଼ ୧୮, ବଲାଙ୍ଗୀର ୧୭, ବରଗଡ଼ ଓ ଭଦ୍ରକରେ ୧୨ ଲେଖାଏଁ, କେନ୍ଦୁଝର ଓ ମାଲକାନଗିରିରେ ୧୦ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟର କେବଳ ଦେବଗଡ଼ ଓ ନୂଆପଡ଼ାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ କରୋନା ମୃତ୍ୟୁ ହୋଇଛି।

ଚିହ୍ନଟ ୪୧୮୯ ପଜିଟିଭ୍‌ଙ୍କ ମଧ୍ୟରୁ ୨୪୫୩ ସଙ୍ଗରୋଧରୁ ଓ ୧୭୩୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଖୋର୍ଧାରେ ସଂକ୍ରମଣ କମିବା ବଦଳରେ ବଢ଼ି ଚାଲିଛି। ଏଠାରୁ ପୁଣିଥରେ ୭୧୨ ରୋଗୀ ଚିହ୍ନଟ ହୋଇଛନ୍ତି। ଗତମାସ ୨୮ତାରିଖରେ ପ୍ରଥମଥର ଲାଗି ଖୋର୍ଧା ଜିଲ୍ଲାରେ ୭ଶହରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିଲେ। କଟକରେ ୫୮୬, ପୁରୀ ୨୬୫, ସୁନ୍ଦରଗଡ଼ ୨୦୧, ଯାଜପୁର ୧୮୭, ମୟୂରଭଞ୍ଜ ୧୭୪, ବାଲେଶ୍ବର ୧୫୦, ବରଗଡ଼ ୧୨୮, କେନ୍ଦ୍ରାପଡ଼ା ୧୨୬, ବଲାଙ୍ଗୀର ୧୧୪, ସମ୍ବଲପୁର ୧୧୩, ଅନୁଗୁଳ ୧୦୭, କଳାହାଣ୍ଡି ୧୦୫, ଜଗତସିଂହପୁର ୧୦୪, ସୋନପୁର ୯୦, ଝାରସୁଗୁଡ଼ା ୮୪, ନୟାଗଡ଼ ୮୨, ବୌଦ୍ଧ ୭୭, ନବରଙ୍ଗପୁର ୭୫, କନ୍ଧମାଳ ୭୪, କୋରାପୁଟ ୬୩, ନୂଆପଡ଼ା ୫୮, ଢେଙ୍କାନାଳ ୫୪, ଗଞ୍ଜାମ ୩୫, ଭଦ୍ରକ ୩୪, ରାୟଗଡ଼ା ୨୯, ଦେବଗଡ଼ ୧୨ ଓ ଗଜପତିରେ ୨ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୧୫୩କୁ ବୃଦ୍ଧି ପାଇଛି। ଗଞ୍ଜାମରେ ୧୯,୭୧୦, କଟକ ୧୭,୨୧୫, ପୁରୀ ୮୬୫୨, ଯାଜପୁର ୭୧୫୪, ରାୟଗଡ଼ା ୬୯୪୭, ମୟୂରଭଞ୍ଜ ୬୯୩୩, ସୁନ୍ଦରଗଡ଼ ୬୭୪୮, ବାଲେଶ୍ବର ୬୪୯୩, କୋରାପୁଟ ୫୫୯୪, ବରଗଡ଼ ୫୪୬୪, ସମ୍ବଲପୁରରେ ୫୦୬୩ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର