ଅନୁଗୁଳ: ଏନକ୍ଲୋଜର ଭିତରେ ବାର୍ହା ମାରି ଖାଇଲା ବାଘୁଣୀ ‘ସୁନ୍ଦରୀ’,ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯିବାକୁ ଚାଲିଛି ପ୍ରସ୍ତୁତି
ଅନୁଗୁଳ: ମଧ୍ୟପ୍ରଦେଶ ‘କାହ୍ନା’ ବ୍ୟାଘ୍ର ପ୍ରକଳ୍ପରୁ ଆସି ସାତକୋଶିଆ ଏନ୍କ୍ଲୋଜରରେ ଏକାକୀ ଥିବା ଯୁବ ମହାବଳ ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପରୁ ବାନ୍ଧବୀ ଖୋଜି ଆଣିଛି ବନ ବିଭାଗ। ଯୁବ ମହାବଳର ବୟସ ଯେତିକି, ଠିକ୍ ତା ବୟସର ବାଘୁଣୀକୁ ଗତକାଲି ସନ୍ଧ୍ୟାରେ ଏନ୍କ୍ଲୋଜରରେ ଛଡ଼ା ଯାଇଛି। ଆଉ ଏନକ୍ଲୋଜର ଭିତରେ ଗତକାଲିି ରାତିରେ ଖାଦ୍ୟ ପାଇଁ ପ୍ରଥମ ଶିକାର କରିଛି ବାଘୁଣି ସୁନ୍ଦରୀ। ବନବିଭାଗ ପକ୍ଷରୁ ଏନ୍କ୍ଲୋଜର ଭିତରେ ଛଡ଼ାଯାଇଥିିବାଏକ ବାରାହକୁ ଶିକାର କରି ଖାଇଛି ବାଘୁଣୀ ସୁନ୍ଦରୀ। ରେଡିଓ କଲାର ଓ ସିସିଟିଭି ଦ୍ୱାରା ବାଘୁଣୀ ସୁଦନ୍ଦରୀ ର ଗତିବିଧି ଉପରେ ନଜର ରଖାଯାଇଛି ବୋଲି ଆଡିସନାଲ ପିସିସିଏଫ ଡ. ସୁଦର୍ଶନ ପଣ୍ଡା କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବନ ବିଭାଗସୂତ୍ରରୁ ମିଳିଥିବା ସୂଚନା ଅନୁଯ୍ରୀ, ବାନ୍ଧବଗଡ଼ର ବାଘୁଣୀ ‘ସ୍ପଟି’(ଟି-୪୦)। ତିନି ଛୁଆ ମଧ୍ୟରୁ ଇଏ ଅନ୍ୟତମ। ବାନ୍ଧବଗଡ଼ରେ ଏହାର ନାଁ ସୁନ୍ଦରୀ (ଟି-୪୧୨) ଦିଆଯାଇଥିଲା। ଏହାର ଓଜନ ପ୍ରାୟ ୧୩୪କେଜି ହୋଇଥିବା ବେଳେ ବୟସ ପ୍ରାୟ ଅଢ଼େଇ ବର୍ଷ ହେବ। ସାଢ଼େ ୮ ଫୁଟ ଲମ୍ବ ସୁନ୍ଦରୀ ମାଠାରୁ ଅଲଗା ହେଲା ପରେ ଶିକାର କରିବା ସହିତ ଯୌବନପ୍ରାପ୍ତ ହୋଇଛି। ଏଭଳି ପରିସ୍ଥିତିରେ ବାଘୁଣୀ ପାଇଁ ନୂଆ ମହାବଳ ଓ ନୂଆ ଜଙ୍ଗଲ ପରିବେଶ ବେଶ୍ ଅନୁକୂଳ ହେବ ବୋଲି ବନ ବିଭାଗ ଆଶାବାଦୀ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବରୁ ଆସିଥିବା ଯୁବ ମହାବଳର ବୟସ ୩ବର୍ଷ ଓ ଓଜନ ୧୯୫କେଜି। ସୁନ୍ଦରୀର ବୟସ ଓ ଓଜନ ବି ଯୁବ ମହାବଳସହିତ ମିଳନ ପାଇର୍ ଉପଯୋଗୀ। ତେଣୁ ସାତକୋଶିଆର ପୂର୍ବ ମହାବଳ ଗୌରବ ଫେରାଇ ଆଣିବାରେ ଏ ଦୁଇ ବାଘ, ବାଘୁଣୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି ବନ ବିଭାଗ ଆଶା ପ୍ରକାଶ କରିଛି।