ଆଜିି କ୍ୟାବିନେଟ୍‌

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ ବୈଠକ ଆସନ୍ତାକାଲି ସନ୍ଧ୍ୟା ୬ଟାରେ ବସିବ। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ୬ଟି ପ୍ରସ୍ତାବ ଆଗତ ହେବ ବୋଲି ସୂଚନା ମିଳିଛି।

ଶକ୍ତି, ଜଙ୍ଗଲ ଓ ପରିବେଶ, ନଗର ଉନ୍ନୟନ, ରାଜସ୍ୱ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଏହି ପ୍ରସ୍ତାବଗୁଡ଼ିକ ରହିଛି। ଗୁରୁବାର ଦିନ ସଚିବାଳୟରେ ମନ୍ତ୍ରୀ ପରିଷଦ ବୈଠକ ବସିବ।
ରାଜ୍ୟରେ ୪୭୩ଟି ୩୩/୧୧ କେଭି ସବ୍‌ଷ୍ଟେସନ୍‌ ନିର୍ମାଣ ପାଇଁ ପୂର୍ବରୁ ୨୬୦୦ କୋଟି ଅଟକଳ କରାଯାଇଥିଲା। ଏବେ ପ୍ରକଳ୍ପର ବ୍ୟୟ ଅଟକଳକୁ ସଂଶୋଧନ କରାଯାଇ ୩୮୪୩ କୋଟି କରାଯିବ। କ୍ୟାବିନେଟ୍‌ ବୈଠକରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଆଗତ ହେବ। ସେହିପରି ବନ୍ୟଜନ୍ତୁ ଆକ୍ରମଣାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ରାଶି ବଢ଼ାଯିବା ପାଇଁ ଯୋଜନା ରହିଛି। ଏଥି ପାଇଁ ଓ୍ଵାଇଲ୍‌ଡ୍‌ ଲାଇଫ୍‌(ପ୍ରୋଟେକ୍ସନ୍‌) (ଓଡ଼ିଶା) ରୁଲ୍‌,୧୯୭୪ରେ ସଂଶୋଧନ ନେଇ ଏକ ପ୍ରସ୍ତାବ କ୍ୟାବିନେଟ୍‌ରେ ଆଗତ ହେବ।

ଅନ୍ୟ ପ୍ରସ୍ତାବଗୁଡ଼ିକ ମଧ୍ୟରେ ରହିଛି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ଟେଣ୍ଡର୍‌ ମଞ୍ଜୁରୀ, ଓଡ଼ିଶା ରେଭେନ୍ୟୁ ସର୍ଭିସ୍‌(ରିକ୍ରୁଟ୍‌ମେଣ୍ଟ୍‌) ରୁଲ୍‌,୨୦୧୧ରେ ସଂଶୋଧନ, ଓଡ଼ିଶା ସୋସିଆଲ୍‌ େଓ୍ଵଲ୍‌ଫେୟାର ସର୍ଭିସ୍‌ ଗ୍ରୁପ୍‌-ବି ସଂଶୋଧନ ରୁଲ୍‌ସ୍‌, ୨୦୧୭। ଏହା ସହ ପଞ୍ଚଦଶ ଓଡ଼ିଶା ବିଧାନସଭାର ଏକାଦଶ ଅଧିବେଶନର ଆହୂତ ନିମନ୍ତେ ପ୍ରସ୍ତାବ ଗୃହୀତ ହେବ।

ସମ୍ବନ୍ଧିତ ଖବର