ପୂର୍ବତଟ ରେଳପଥର ବିଭିନ୍ନ ସ୍ଥାନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଲାଗି ୬ ଯୋଡ଼ା ପା‌ସେଞ୍ଜର ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର : ପୂର୍ବତଟ ରେଳପଥର ବିଭିନ୍ନ ସ୍ଥାନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ କରାଯିବ। ତେଣୁ ୬ ଯୋଡ଼ା ପାସେଞ୍ଜର ଓ ଦୁଇ ଯୋଡ଼ା ଏକ୍ସପ୍ରେସ ଟ୍ରେନକୁ ମାର୍ଚ୍ଚ ୨୯ ତାରିଖ ମଧ୍ୟରେ ସପ୍ତାହକୁ ଦିନେ ଲେଖାଏ ତିନି ଦିନ ପାଇଁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚ ୧୩, ୨୦ ଓ ୨୭ ତାରିଖରେ ବିଶାଖାପାଟଣା-ଦୁର୍ଗ ପାସେଞ୍ଜର(୫୮୫୩୦) ବିଶାଖାପାଟଣାଠାରୁ ବାତିଲ୍‌ କରାଯାଇଛି। ମାର୍ଚ୍ଚ ୧୪, ୨୧ ଓ ୨୮ ତାରିଖରେ ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର (୫୮୧୩୧/୫୮୧୩୨) ଉଭୟ ପାର୍ଶ୍ୱରୁ, ଦୁର୍ଗ-ବିଶାଖାପାଟଣା ପାସେଞ୍ଜର (୫୮୫୨୯) ଦୁର୍ଗଠାରୁ, ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ (୧୮୪୨୩) ଭୁବନେଶ୍ୱରରୁ ବାତିଲ ରହିବ। ମାର୍ଚ୍ଚ ୧୫, ୨୨ ଓ ୨୯ ତାରିଖରେ ବ୍ରହ୍ମପୁର-ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର (୫୮୫୨୫/୫୮୫୨୬), ପୁରୀ-ଗୁଣୁପୁର-ପୁରୀ ପାସେଞ୍ଜର (୫୮୪୧୭/୫୮୪୧୮), ପଲାସା-ଗୁଣୁପୁର-ପଲାସା ପାସେଞ୍ଜର (୫୮୪୨୭/୫୮୪୨୮), ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ (୬୮୪୧୧/୫୮୪୧୨), ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ (୨୨୮୧୯/୨୨୮୨୦) ଉଭୟ ପାର୍ଶ୍ୱରୁ ଏବଂ ନୟାଗଡ଼ ଟାଉନ-ଭୁବନେଶ୍ୱର ଏକ୍ସପ୍ରେସ (୧୮୪୨୪) ନୟାଗଡ଼ ଟାଉନଠାରୁ ବାତିଲ୍‌ ରହିବ।

ସମ୍ବନ୍ଧିତ ଖବର