ଅମରେଶ ନାୟକ ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଂଚଳରେ ଦୀପାବଳି ରାତିରେ ଘଟିଥିବା ଅମରେଶ ନାୟକ ହତ୍ୟାକାଣ୍ଡର ଦୁଇଜଣ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ବାହାରୁ ଏହି ଦୁଇଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ଏମାନେ ଦୁଇଜଣ ହେଲେ ରାଘବ ଓ ଶଙ୍କର ।

ଗତ ଦୀପାବଳି ରାତିରେ ଏମାନେ ହତ୍ୟାକାଣ୍ଡ ଘଟାଇ ରାଜ୍ୟ ବାହାରକୁ ଚାଲିଯାଇଥିଲେ । ସ୍ପେଶାଲ ସ୍କାର୍ଡ ଟିମ୍ ଛାନଭିନ କଲା ପରେ ରାଘବ ଓ ଶଙ୍କର ଗିରଫ କରିଛନ୍ତି । ହତ୍ୟାକାଣ୍ଡର ୩ ଦିନ ପରେ ପୁଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା । ଘଟଣାରେ ୨୦ରୁ ଅଧିକ ଅଭିଯୁକ୍ତ ଥିବା ବେଳେ ଦୁଇ ମୋଷ୍ଟ ୱାଣ୍ଟେଡକୁ ଚିହ୍ନଟ ହୋଇଥିଲେ। ସେମାନେ ହେଲେ ଶଙ୍କର ବସ୍ତିଆ ଓରଫ ଡିଜେ ରକ୍ ଏବଂ ରାଘବ ବାରିକ ଓରଫ ରଘୁଆ । ଏହି ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କୁ ଧରିବା ଲାଗି ତନାଘନା ଚଳାଇଥିଲା ପୁଲିସ ।


ହତ୍ୟାକାଣ୍ଡ ଘଟଣାର ଅଗ୍ରଗତି ନେଇ ଏୟାର ଫିଲ୍ଡ ଥାନାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପୁଲିସ କମିସନର, ଅତିରିକ୍ତ ପୁଲିସ କମିଶନର, ଡିସିପି, ଏସିପି ଏବଂ ଆଇଆଇସି ସାମିଲ ଥିବା ବେଳେ ସ୍ପେଶାଲ ସ୍କ୍ୱାଡକୁ ତଦନ୍ତ ଭାର ଦିଆଯାଇଥିଲା।

ସମ୍ବନ୍ଧିତ ଖବର