ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

ଛତିଆ : ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଛତିଆ ଚଟିଘର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକମାନେ ହେଲେ ସ୍ଥାନୀୟ ବିଦ୍ୟାଧରପୁର ଗ୍ରାମର ପରମାନନ୍ଦ ଦେହୁରୀଙ୍କ ପୁଅ କଟିକିଆ ଦେହୁରୀ (୨୮) ଓ ଛତିଆ ଉପର ବଜାରର ବିଲେଇ ସିଂ(୨୮)। ଆହତ ଯୁବକ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁକୁଡ଼ାଙ୍ଗ ଗ୍ରାମର ବଳରାମ (୩୦)। ଆହତ ବଳରାମଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବୁଧବାର ଅପରାହ୍ଣ ଗୋଟାଏ ସମୟରେ ଏକ ଟିଭିଏସ୍‌ ଆପାଚି ବାଇକ୍‌ ନମ୍ବର ଓଡି-୦୫ଏଜେ-୮୭୬୬ରେ ୩ ଯୁବକ ଛତିଆ ଚଟିଘର ନିକଟରେ ରାସ୍ତା ପାର ହେଉଥିଲେ। ଏହି ସମୟରେ ଚଣ୍ତିଖୋଲ ଆଡ଼ୁ ଦ୍ରୁତଗତିରେ ଆସୁଥିବା ଟ୍ରକ୍‌ ନମ୍ବର କେଏ-୬୩-୫୪୧୬ ଧକ୍କା ଦେବା ସହ ସେମାନଙ୍କୁ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ସ୍ଥାନୀୟ ଲୋକେ ଟ୍ରକ୍‌କୁ ଅଟକାଇ ତା’ ତଳୁ ୩ ଯୁବକଙ୍କୁ ବାହାର କରିଥିଲେ। ବୈରୀ ଥାନା ଏସଆଇ ସୁବ୍ରତ କୁମାର ସାହୁ, ଛତିଆ ବିଟ୍‌ ହାଉସ୍‌ ଅଧିକାରୀ ଗୋବର୍ଦ୍ଧନ ନାୟକ, ଏଏସଆଇ ଏଫ. ଆର ଖାଁ ପ୍ରମୁଖ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ସହ ଆମ୍ବୁଲାନସରେ ଆହତ ଯୁବକମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ କଟିକିଆଙ୍କୁ ମୃତ ଘୋଷଣା କରାଯାଇଥିଲା। କିଛି ସମୟ ପରେ ବିଲେଇ ସିଂଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପୁଲିସ ଟ୍ରକ୍‌କୁ ଜବତ କରିଛି। ଅନ୍ୟ ଆହତଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି।

ସମ୍ବନ୍ଧିତ ଖବର