ହୀରାକୁଦର ଦୁଇ ଗେଟ୍ ଖୋଲା, ଜଳସ୍ତର ୬୦୯.୪୧

ସମ୍ବଲପୁର : ସୋମବାର ବି ହୀରାକୁଦ ବନ୍ଧର ୨ଟି ଗେଟ୍ ଖୋଲା ରହିଛି। ସଂଧ୍ୟା ୬ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୪୧ ଫୁଟ୍‌ ଥିଲା। ସେତିକିବେଳେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୩୩,୯୨୯ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୫୪,୩୪୬ କ୍ୟୁସେକ୍ ନିଷ୍କାସିତ ହେଉଥିଲା।

ସୂଚନା ଅନୁସାରେ,ନିଷ୍କାସିତ ଜଳ ମଧ୍ୟରୁ ବାମ ‘ସ୍ପିଲ୍‌ୱେ’ର ୨ଟି ସ୍ଲୁଇସ୍ ଗେଟ୍ ଦେଇ ୨୯,୬୩୦ କ୍ୟୁସେକ୍‌, ପାୱାର୍‌ ଚାନେଲ୍‌ରେ ୨୦,୧୪୪ କ୍ୟୁସେକ୍‌, ବରଗଡ଼ ମୁଖ୍ୟ କେନାଲ୍‌ରେ ୩୩୨୫ କ୍ୟୁସେକ୍‌, ଗୋଡ଼ଭଗା ଡିଷ୍ଟ୍ରିବ୍ୟୁଟାରିରେ ୨୭୮ କ୍ୟୁସେକ୍‌, ଶାସନ ମୁଖ୍ୟ କେନାଲ୍‌ରେ ୬୦୦ କ୍ୟୁସେକ୍‌, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୯୭ କ୍ୟୁସେକ୍‌, ଶିଳ୍ପସଂସ୍ଥା ପାଇଁ ୨୭୨ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ସେହି ସମୟରେ ହୀରାକୁଦ ତଳ ମୁଣ୍ଡ ପଥର୍ଲାଠାରେ ୧୭,୮୩୯ କ୍ୟୁସେକ୍, ଖଇରମାଳଠାରେ ୫୩ ହଜାର କ୍ୟୁସେକ୍‌, ବରମୂଳଠାରେ ୪୫,୬୦୦ କ୍ୟୁସେକ୍‌, ମୁଣ୍ଡଳିଠାରେ ୩୫ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା ବୋଲି ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର