ବାରିପଦାରେ ବଡ଼ଧରଣର ଡକାୟତି ଉଦ୍ୟମ ପଣ୍ଡ, ମୁଖ୍ୟ ଅଭିଯୁକ୍ତ ସହ ୨ ଗିରଫ

ବାରିପଦା : ନିର୍ବାଚନ ସମୟରେ ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଛି ବାରିପଦା ଟାଉନ୍‌ ଥାନା ପୁଲିସ। ପୁଲିସର ତ୍ବରିତ ପଦକ୍ଷେପ କାରଣରୁ ବାରିପଦାର ସହରରେ ଥିବା ସୋନା ଚାନ୍ଦି, ଖିମ୍‌ଜୀ ଓ ସୁଭଦ୍ରା ଭଳି କିଛି ପ୍ରମୁଖ ସୁନା ଦୋକାନ ଲୁଟ୍‌ ହେବାରୁ ବର୍ତ୍ତିଯାଇଛନ୍ତି। ଘଟଣା ଅନୁଯାୟୀ ଆଜି ଭୋର୍ ପ୍ରାୟ ୪ଟାରେ ସ୍ଥାନୀୟ ଗାନ୍ଧୀ ପାର୍କରେ ଥିବା ଏକ ଅନ୍ଧାରୁଆ ସ୍ଥାନରେ କିଛି ବ୍ୟକ୍ତି ସନ୍ଦେହଜନକ ଅବସ୍ଥାରେ ବସି କଣ ଆଲୋଚନା କରୁଥିବା ବାରିପଦା ଟାଉନ୍‌ ଥାନା ଏସ୍‌ଆଇ ରୀତା ବେହେରାଙ୍କୁ ସୂଚନା ମିଳିଥିଲା। କିଛି ସମୟ ମଧ୍ୟରେ ନାଇଟ୍‌ ପାଟ୍ରୋଲିଂ କରୁଥିବା ପୁଲିସ ପକ୍ଷରୁ ଉକ୍ତ ପାର୍କରେ ଚଢ଼ଉ କରାଯାଇଥିଲା। ଭୋର୍ ହୋଇଯାଇଥିବାରୁ ସ୍ଥାନୀୟ ଲୋକମାନେ ମଧ୍ୟ ମର୍ଣ୍ଡିଂ ୱାକ୍‌କୁ ଆସିଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ସେଠାରୁ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା।

ତେବେ ଧରାପଡ଼ିଥିବା ଅଭିଯୁକ୍ତ ଯାଦବ ହେମ୍ବ୍ରମ୍‌ର ବୟାନକୁ ଆଧାର କରି ପୁଲିସ ପକ୍ଷରୁ ମୁଖ୍ୟ ଅଭିଯୁକ୍ତର ଫୋନ୍‌ ଟ୍ରାକିଂ କରାଯାଇଥିଲା

ଆସନ୍ତାକାଲି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରାଯିବା ନେଇ ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର