ଏନ୍‌କାଉଣ୍ଟରରେ ୨ ନକ୍ସଲ ମୃତ

ମାଲକାନଗିରି : ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଏବଂ ବିଜାପୁର ଜିଲ୍ଲାରେ ଭିନ୍ନ ଭିନ୍ନ ଏନକାଉଣ୍ଟରରେ ଦୁଇ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଏଥିସହ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ କରାଯାଇଛି। ସୁକମା ଜିଲ୍ଲା ଭେଜି ଥାନା ଅନ୍ତର୍ଗତ କୋଣ୍ଟା ଜଂଗଲରେ ପୋଲିସ ଏବଂ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିରେ ଜଣେ ମହିଳା ନକ୍ସଲ ମୃତ୍ୟୁ ଘଟିଥିବା ବେଳେ ୧୨ ବୋର ବନ୍ଧୁକ ଜବତ କରାଯାଇଥିଲା। ମୃତ୍ୟୁବରଣ କରିଥିବା ନକ୍ସଲ ଜଣକ ହେଲା ମାଧବୀ ବାଣ୍ଟି। ସେହିପରି ବିଜାପୁର ଠାରେ ଜଣେ ମିଲିସିଆ ମୃତ୍ୟୁବରଣ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର