କ୍ୟାଟ୍‌ କଟକ ବେଞ୍ଚକୁ ଦୁଇ ସଦସ୍ୟଙ୍କ ବଦଳି

କଟକ : କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲ (କ୍ୟାଟ) କଟକ ବେଞ୍ଚରେ ବିଚାରବିଭାଗୀୟ ସଦସ୍ୟ ସ୍ବରୂପ କୁମାର ମିଶ୍ର ଓ ପ୍ରଶାସନିକ ସଦସ୍ୟ ଗୋକୁଳଚନ୍ଦ୍ର ପତି ଯୋଗ ଦେବେ। କ୍ୟାଟର ହାଇଦ୍ରାବାଦ ବେଞ୍ଚରୁ ବିଚାରବିଭାଗୀୟ ସଦସ୍ୟ ଶ୍ରୀ ମିଶ୍ରଙ୍କ ବଦଳି କଟକ ବେଞ୍ଚକୁ ହୋଇଛି। ସେହିଭଳି ଆହ୍ଲାବାଦ ବେଞ୍ଚର ପ୍ରଶାସନିକ ସଦସ୍ୟ ଗୋକୁଳ ଚନ୍ଦ୍ର ପତିଙ୍କୁ କଟକ ବେଞ୍ଚକୁ ବଦଳି କରାଯାଇଛି। ଏ ନେଇ ନୂଆଦିଲ୍ଲୀସ୍ଥିିତ କ୍ୟାଟ୍‌ ପ୍ରନ୍ସିପାଲ ବେଞ୍ଚ ଅଧୢକ୍ଷଙ୍କ ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି ହୋଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୧୮, ଜୁନ ୩୦ରେ କଟକ ବେଞ୍ଚର ଜଣେ ବିଚାରବିଭାଗୀୟ ସଦସ୍ୟ ଅବସର ଗ୍ରହଣ କରିଥିଲେ। ପରେ ପ୍ରଶାସନିକ ସଦସ୍ୟ ଡକ୍ଟର ମୃତ୍ୟୁଞ୍ଜୟ ଷଡଙ୍ଗୀ ସେପ୍ଟେମ୍ବର ୨୧ରେ ଅବସର ନେଇଥିଲେ। ଏହା ପରେ କଟକ ବେଞ୍ଚରେ ଦୁଇ ମାସ ହେବ ଏକ ପ୍ରକାର ଅଚଳାବସ୍ଥା ଲାଗି ରହିଥିଲା। ଏପରି ପରିସ୍ଥିତିରେ ସେପ୍ଟେମ୍ବର ୨୨ରୁ କଟକ ବେଞ୍ଚକୁ କୋଲକାତା ବେଞ୍ଚ ସହିତ ସ˚ଯୁକ୍ତ କରି ଦିଆଯାଇଥିଲା। ଏହାକୁ ନେଇ ମହକିଲ ଓ ଆଇନଜୀବୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ସମ୍ବନ୍ଧିତ ଖବର