ଓଡ଼ିଶାରେ ବେକାରି ସମସ୍ୟା ସବୁଠାରୁ ଖରାପ: ନିରଞ୍ଜନ

ଚାକିରି ପାଇଁ ଦୌଡୁଛନ୍ତି କୋଟିଏ ଯୁବକ ଯୁବତୀ

ଭୁବନେଶ୍ବର : ଓଡ଼ିଶାରେ ବେକାରି ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଉଚ୍ଚ ଶିକ୍ଷିତମାନେ ସବୁଠାରୁ ଅଧିକ ସଂଖ୍ୟାରେ ବେକାର ହୋଇ ବସି ରହିଛନ୍ତି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ଅଭିେଯାଗ କରିଛନ୍ତି।

ଏକ ପ୍ରେସ ବିବୃତିରେ ସେ କହିଛନ୍ତି, କଂଗ୍ରେସ ସବୁ ସମୟରେ ରାଜ୍ୟବାସୀଙ୍କ ସୁଖଦୁଃଖରେ ରହିଆସିଛି। ନିକଟରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ରାଉରକେଲା ସମାବେଶରେ ଯୋଗ ଦେଇ ମହିଳା, ଯୁବଗୋଷ୍ଠୀ ଏବଂ କୃଷକଙ୍କ ପାଇଁ ପୃଥକ ପୃଥକ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କରିଥିଲେ।

ଯୁବଗୋଷ୍ଠୀଙ୍କ ପାଇଁ ଉଦ୍ଦିଷ୍ଟ କାର୍ଡରେ ଉଲ୍ଲେଖ କରାଯାଇଛି ଯେ କଂଗ୍ରେସ କ୍ଷମତାକୁ ଆସିଲେ ଦରିଦ୍ରଙ୍କୁ ସର୍ବନିମ୍ନ ଆୟ ଯୋଗାଇବ। ପ୍ରତ୍ୟେକ ଦରିଦ୍ର ପରିବାରର ଜଣକୁ ନିଯୁକ୍ତି ଦିଆଯିବ, ତାହା ସରକାରୀ ଅଥବା ବେସରକାରୀ ହେଉ। ଠିକାରେ କାମ କରୁଥିବା କର୍ମଚାରୀଙ୍କୁ ସ୍ଥାୟୀ କରାଯିବ। କଂଗ୍ରେସ ମିଛ ପ୍ରତିଶ୍ରୁତି ଦିଏନାହିଁ, ଏହା ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ପ୍ରମାଣିତ କରି ଦେଖାଇଛି ।

ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ ନିଯୁକ୍ତିର ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ଅଧିକ େବକାର ଥିବା ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ୭ମ ସ୍ଥାନରେ ରହିଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ଏବଂ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ରାଜ୍ୟରେ ବେକାରି ସଂଖ୍ୟା ଲଗାତର ବୃଦ୍ଧିପାଇବାରେ ଲାଗିଛି । ଠିକ ବର୍ଷକ ତଳେ ୨୦୧୮ ଫେବ୍ରୁଆରିରେ ରାଜ୍ୟରେ ବେକାରି ହାର ୭%କୁ ବୃଦ୍ଧିପାଇଥିଲା। ଏହା ଜାନୁଆରିରେ ୫.୫% ଥିଲା। ମାର୍ଚ୍ଚରେ ଏହା ୭.୮%ରେ ପହଞ୍ଚିଥିଲା। ରିପୋର୍ଟରେ କୁହାଯାଇଛି, ଓଡ଼ିଶାରେ ସ୍ନାତକ ଏବଂ ତଦୁର୍ଧ୍ବ େଯାଗ୍ୟତାଧାରୀଙ୍କ ମଧ୍ୟରେ ବେକାରି ହାର ପ୍ରାୟ ୧୩% ରହିଛି। ଦଶମରୁ ଦ୍ୱାଦଶ ଯୋଗ୍ୟତାଧାରୀଙ୍କ ମଧ୍ୟରେ ବେକାରି ହାର ପ୍ରାୟ ୯% ରହିଛି। ରାଜ୍ୟରେ ପାଖାପାଖି ୨୨ ଲକ୍ଷ ଉଚ୍ଚ ଶିକ୍ଷିତ ଏବଂ ୮୦ ଲକ୍ଷ ନିରକ୍ଷର ବା ଅର୍ଦ୍ଧଶିକ୍ଷିତ ବେକାର ରହିଛନ୍ତି।

ଓଡ଼ିଶାରେ ଦୀର୍ଘ ୧୯ ବର୍ଷଧରି ଶାସନ କରୁଥିବା ବିଜେଡି ସରକାର ନିଯୁକ୍ତି ସୁଯୋଗ ସୃଷ୍ଟିଦିଗରେ କିଛି କରିନାହାନ୍ତି େବାଲି ଶ୍ରୀ ପଟ୍ଟନାୟକ ଅଭିେଯାଗ କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୁବଗୋଷ୍ଠୀ କାମଧନ୍ଦା ଅନ୍ୱେଷଣରେ ଅନ୍ୟ ରାଜ୍ୟ ଓ ସହରକୁ ଚାଲିଯାଉଛନ୍ତି। ସେଠାରେ ଉଚ୍ଚଶିକ୍ଷିତ ଓଡ଼ିଶାର ଯୁବଗୋଷ୍ଠୀ ପିଅନ, ସିକ୍ୟୁରିଟି ଗାର୍ଡ, ହୋଟେଲ ବୟ ଭଳି କାମ କରୁଛନ୍ତି । ଅନେକ ଅର୍ଦ୍ଧଶିକ୍ଷିତ ଅଥବା ନିରକ୍ଷର ଗୋତି ଶ୍ରମିକ ଭାବେ ମଧ୍ୟ କାମ କରୁଛନ୍ତି। ଏହି ପ୍ରସଙ୍ଗ ଉପରେ ରାଜ୍ୟ ସରକାରଙ୍କ ନିକଟରେ କୌଣସି ସଠିକ୍ ତଥ୍ୟ ଉପଲବ୍ଧ ନାହିଁ ବୋଲି ନିରଂଜନ କହିଛନ୍ତି।

ବିେଜପିକୁ ଆକ୍ଷେପ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ କ୍ଷମତାକୁ ଆସିଲେ ଏେବ ସେମାେନ ଲୋକଙ୍କୁ ପକ୍କା ଘର ଓ ଚାକିରି ଦେବାକୁ ଗ୍ୟାେରଣ୍ଟି ଦେଉଛନ୍ତି। ଗତବର୍ଷଗୁଡିକରେ ସେମାନେ କେଉଁଠି ଥିଲେ? ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିଲେ ବର୍ଷକୁ ୨ କୋଟି ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ନବୀନ ବାବୁ ମଧ୍ୟ ପ୍ରତିବର୍ଷ ରାଜ୍ୟର ୨ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଥିଲେ। ଏହା କିନ୍ତୁ କେବଳ ଭୋଟ ଭେଳିକି ଥିଲା ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର