ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ବବିଦ୍ୟାଳୟ ଶିକ୍ଷକଙ୍କ କୃତଜ୍ଞତା

ଭୁବନେଶ୍ବର : ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ସୁପାରିସ ଅନୁସାରେ ବିଶ୍ବବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ ୭ମ ବେତନ କମିସନ ହାରରେ ଦରମା ଲାଗୁ ହୋଇଥିବାରୁ ଓଡ଼ିଶା ବିଶ୍ବବିଦ୍ୟାଳୟ ଶିକ୍ଷକ ମହାସ˚ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ମହାସ˚ଘର ସଦସ୍ୟମାନେ ଆଜି ନବୀନନିବାସଠାରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ଅନୁରୋଧପତ୍ର ପ୍ରଦାନ କରିଛନ୍ତି। ବିଶ୍ବବିଦ୍ୟାଳୟର ଶିକ୍ଷକମାନଙ୍କ ଅବସର ବୟସ ସୀମା ୬୦ରୁ ୬୫ ବର୍ଷକୁ ବୃଦ୍ଧି କରିବା ଓ ୨୦୧୮ ୟୁଜିସି ନିୟମାବଳୀକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା ପାଇଁ ମହାସ˚ଘର ସଦସ୍ୟମାନେ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀ ମଧ୍ୟ ଶିକ୍ଷକମାନଙ୍କ ଦାବିକୁ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶା ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟରେ ବିଶ୍ବବିଦ୍ୟାଳୟ ଶିକ୍ଷକଙ୍କ ଅବସର ବୟସ ସୀମା ୬୫ ବର୍ଷ ରହିଛି। ସମସ୍ତ ରାଜ୍ୟ ବିଶ୍ବବିଦ୍ୟାଳୟ ମଞ୍ଜୁର କମିସନଙ୍କ ନିୟମାବଳୀକୁ ଅବିକଳ ଲାଗୁ କରିଥିବା ମହାସ˚ଘର ସ˚ଯୋଜକ ପ୍ରଫେସର ସନ୍ତୋଷ ତ୍ରିପାଠୀ, ପ୍ରଫେସର ସର୍ବନାରାୟଣ ମିଶ୍ର, ପ୍ରଫେସର ଅକ୍ଷୟ କୁମାର ବସ୍ତିଆ କହିଛନ୍ତି। ଏଥିରେ ଉତ୍କଳ ସମେତ ବ୍ରହ୍ମପୁର, ଓୟୁଏଟି, ସମ୍ବଲପୁର, ଉତ୍ତର ଓଡ଼ିଶା, ଫକୀର ମୋହନ, ରେଭେନ୍ସା, ବିପିୟୁଟି, ଉତ୍କଳ ସ˚ସ୍କୃତି ବିଶ୍ବବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସ˚ସ୍କୃତ ବିଶ୍ବବିଦ୍ୟାଳୟ ଓ ଭିଏସ୍‌ଏସ୍‌ୟୁଟିର ଶିକ୍ଷକମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର