ଜଷ୍ଟିସ ରଘୁବୀର ଦାଶଙ୍କୁ ରାଜ୍ୟ ମାନବାଧିକାର କମିସନ ଅଧ୍ୟକ୍ଷ ଦାୟିତ୍ବ

କଟକ : ରାଜ୍ୟ ମାନବାଧିକାର କମିସନର ଅଧ୍ୟକ୍ଷ ଦାୟିତ୍ବ ନିର୍ବାହ କରିବେ ଜଷ୍ଟିସ ରଘୁବୀର ଦାଶ। ଏ ନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ ରାଜ୍ୟ ମାନବାଧିକାର କମିସନର ସଦସ୍ୟ ଭାବେ ନଯୁକ୍ତି ଦିଆଯାଇଥିଲା। ଏବେ ଜଷ୍ଟିସ ଦାଶ ଅଧ୍ୟକ୍ଷ ଦାୟିତ୍ବ ନିର୍ବାହ କରିବେ। କମିସନର ନିୟମିତ ଅଧ୍ୟକ୍ଷ ନିଯୁକ୍ତି ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ପ୍ରକାଶଥାଉକି, ମାନବାଧିକାର କମିସନ ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଥିବାରୁ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ହୋଇ ପାରୁ ନ ଥିଲା। ସେହିପରି କମିସନ ମଧ୍ୟ ନିଜ ଆଡୁ ମାମଲା ରୁଜୁ କରି ପାରୁ ନ ଥିଲେ।

ସମ୍ବନ୍ଧିତ ଖବର