ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପିଏଚ୍‌ଡି ନାମଲେଖା ଲାଗି ବିଜ୍ଞପ୍ତି, ନଭେମ୍ବର ୧୬ ଯାଏ ଆବେଦନ

ଭୁବନେଶ୍ବର : ୬ବର୍ଷର ପ୍ରତୀକ୍ଷାର ଅନ୍ତ ହୋଇଛି। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପିଏଚ୍‌ଡି ପାଠ୍ୟକ୍ରମରେ ନାମଲେଖା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ନଭେମ୍ବର ୧୬ ପର୍ଯ୍ୟନ୍ତ ଆବେଦନ କରିପାରିବେ। ପ୍ରବେଶିକା ଓ ଭାଏବା କେବେ ଅନୁଷ୍ଠିତ ହେବ ସେନେଇ ପରବର୍ତୀ ସମୟରେ ବିଶ୍ବବିଦ୍ୟାଳୟ ୱେବସାଇଟ୍‌ରେ ଜଣାଇ ଦିଆଯିବ। ତେଣୁ ପିଏଚ୍‌ଡି କରିବାକୁ ଆଶାୟୀ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ୱେବସାଇଟ୍‌ ସହ ଯୋଡ଼ି ହୋଇ ରହିବାକୁ ପରାମର୍ଶ ଦିଆଯାଇଛି। ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିବା ଲାଗି ଆବଶ୍ୟକ ଯୋଗ୍ୟତା, ପ୍ରବେଶିକା ପରୀକ୍ଷା ଫି’, ବିଭିନ୍ନ ବିଭାଗରେ କେତେସଂଖ୍ୟକ ଫି’ ଉପଲବ୍ଧ ରହିବ, ପଏଚ୍‌ଡି ପାଇଁ ଆବେଦନ ଫର୍ମାଟ୍‌ ସମ୍ପର୍କରେ ଆସନ୍ତା ୨୬ ତାରିଖରେ ବିଶ୍ବବିଦ୍ୟାଳୟ ୱେବସାଇଟ୍‌ରେ ଉପଲବ୍ଧ ହେବ। ୟୁଜିସି ନିୟମାବଳୀ ଅନୁଯାୟୀ ଏହି ପାଠ୍ୟକ୍ରମରେ ନାମଲେଖା କରାଯିବ ବୋଲି ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର