ରାଜ୍ୟରେ ସମୁଦାୟ ୫୩,୫୯,୭୯୪ ଜଣଙ୍କୁ ଟିକା ଦିଆଯାଇଛି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ମେ’ ମାସରୁ ଆରମ୍ଭ ହେବ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ। ଏନେଇ ଏସଓପି ଜାରି କରିବେ ରାଜ୍ୟ ସରକାର। ୧୮ ରୁ ୪୫ ବର୍ଷ ଭିତରେ ୪୨ ପ୍ରତିଶତ ଲୋକ ରହିଛନ୍ତି। ତେଣୁ ଟିକାକରଣ କେନ୍ଦ୍ର ବଢ଼ାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ଏଥିସହ କହିଛନ୍ତି ଟିକା ଦର ଧାର୍ଯ୍ୟ କରିବାକୁ କେନ୍ଦ୍ର ସରକାର ନିୟମ କରି ଉତ୍ପାଦନକାରୀ କମ୍ପାନିମାନଙ୍କୁ କ୍ଷମତା ଦେଇଛନ୍ତି ।
ସିରମ ଦର ଧାର୍ଯ୍ୟ କରିଛି। ଘରୋଇ ହସ୍ପିଟାଲରେ ଯାହା ଟିକାକରଣ ଚାଲିଛି, ତାହା କେନ୍ଦ୍ର ସରକାର ଦେଉଛନ୍ତି। ହେଲେ, ମେ ୧ ରୁ ଆଉ କେନ୍ଦ୍ର ସରକାର ଦେବେ ନାହିଁ। ଘରୋଇ ହସ୍ପିଟାଲ ସିଧାସଳଖ କମ୍ପାନିଠାରୁ ଟିକା କିଣିବେ। କେଉଁ ଟିକା ଅଧିକ ପ୍ରଭାବଶାଳୀ ପ୍ରସଙ୍ଗରେ କହିଛନ୍ତି ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ପ୍ରଭାବଶାଳୀ ଓ ଡବଲ ମ୍ୟୁଟାଣ୍ଟ ବିରୋଧରେ କାର୍ଯ୍ୟ କରୁଛନ୍ତି।
ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ଗତକାଲି ୧୦୨୪୦୭ ଜଣଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ୫୩,୫୯,୭୯୪ ସମୁଦାୟ ଟିକାକରଣ ହୋଇଛି। ଆଜି ୭୫୦ କେନ୍ଦ୍ରରେ ଟିକାକରଣ ଚାଲିଛି। ୨.୬ ଲକ୍ଷ କୋଭିସିଲ୍ଡ ମହଜୁଦ ଅଛି। ସେହିପରି ୧.୯ ଲକ୍ଷ କୋଭାକ୍ସିନ୍ ମହଜୁଦ ରହିଛି। ଏଯାଏ ଟିକା ଆସିବା ଖବର ନାହିଁ। ଆଜି ସବୁ ଜିଲ୍ଲାରେ ଚାଲିଛି। ହେଲେ ୨ ଦିନରେ ଟିକା ସରିଯିବ।

ସମ୍ବନ୍ଧିତ ଖବର