ଅଲିମ୍ପିକ୍ସରେ ଇତିହାସ ରଚି ଆଜି ଓଡ଼ିଶା ଆସୁଥିବା ହକି ଖେଳାଳିଙ୍କ ପାଇଁ ପରସା ହେବ ରକମ ରକମ ଖାଦ୍ୟ

ଭୁବନେଶ୍ବର : ଅଲିମ୍ପିକ୍ସରେ ଇତିହାସ ରଚି ଆଜି ଓଡ଼ିଶା ଆସୁଥିବା ହକି ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଖାଇବା ବ୍ୟବସ୍ଥା ହୋଇଛି। ଖେଳାଳିମାନେ ପୂର୍ବାହ୍ନ ୧୧ଟାରେ ଭୁବନେଶ୍ବର ପହଞ୍ଚିବା ପରେ ସେମାନଙ୍କୁ ସିଧା ସଳଖ ହୋଟେଲ ନିଆଯିବ। ସେଠାରେ ସେମାନଙ୍କୁ ଫଳ ଜୁସ, ମିଲ୍କ ସେକ, କର୍ଣ୍ଣ‌ଫେଲକ୍ସ ସହ ପରଟା, ଇଡଲି, ଉପମା, ବରା ଓ ଦୋସା ଆଦି ପରସା ଯିବ। ସେହିଭଳି ମଧ୍ୟାହ୍ନ ଭୋଜନରେ ଯେଉଁ ଖେଳାଳିମାନେ ନିରାମିଷ ଖାଇବେ ସେମାନଙ୍କ ପାଇଁ ସୁଫିଆନା ପନିର ଟିକା, କ୍ରିସ୍ପି କର୍ଣ୍ଣ କବାବ, ଡାଲ ଫ୍ରାଏ, ଚିଲି ମସରୁମ ବେବି କର୍ଣ୍ଣ, ମେଥି କର୍ଣ୍ଣ ପନିର ପଲକ ଆଦି ଖାଦ୍ୟ ରହିଛି। ଏଥିସହିତ ଛେନାପୋଡ଼, ରସଗୁଲା, ଗୁଲାବ ଜାମୁନ ଓ ଆଇସକ୍ରିମ ଆଦିର ବ୍ୟବସ୍ଥା ବି କରାଯାଇଛି।

ଯେଉଁ ଖେଳାଳିମାନେ ଆମିଷ ଖାଇବେ ସେମାନଙ୍କ ପାଇଁ ମଟନ ଦମ ବିରିୟାନି, ମଟନ କୁରମା, ବଟର ଚି‌କେନ, ପେପର ଗାର୍ଲିକ ଫିସ, ତନ୍ଦୁରୀ ଚିକେନ ଓ ଫିସ ଫିଙ୍ଗର ଆଦି ରହିଛି। ନିରାମିଷ ଖାଉଥିବା ଖେଳାଳିମାନଙ୍କ ପାଇଁ ରାତ୍ରି ଭୋଜନରେ ପନିର ପଞ୍ଜାବ ମସାଲା, ଚିଲି ଗାର୍ଲିକ ନୁଡୁଲ, ମେଥି ମଲାଇ ମଟର, ଡାଲ ମଖନୀ ଓ ମସରୁମ ବେ‌ବି କର୍ଣ୍ଣ ରହିଛି। ମଟନ କଷା ସହିତ ଚକୁଳି, ଚିଲି ପ୍ରନ ଓ ଫିସ ହଟ ଗାର୍ଲିକ ସସ ଆଦି ଆମିଷ ଖାଉଥିବା ‌ଖେଳାଳିଙ୍କ ପାଇଁ ପ୍ରସ୍ତୁତ କରାଯିବ। ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମ୍ ରାତ୍ର ଭୋଜନ କରିବାର ବ୍ୟବସ୍ଥା ହୋଇଛି। ସେଠାରେ ସେମାନଙ୍କୁ ଏସବୁ ସୁସ୍ବାଦୁ ବ୍ୟଞ୍ଜନ ପରସାଯିବ।

ସମ୍ବନ୍ଧିତ ଖବର