ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦିନକର ଦରମା ଦେଲେ ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ

କଟକ : ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦିନକର ଦରମା ପ୍ରଦାନ କରିଛନ୍ତି। କରୋନା ଲଢେଇରେ ସାମିଲ ହୋଇଥିବା ଏହି ଅଧିକାରୀ ଓ କର୍ମଚାରୀମାନଙ୍କ ପ୍ରଦତ୍ତ ମୋଟ ୧୩ଲକ୍ଷ ୧୩୭ଟଙ୍କାର ବ୍ୟାଙ୍କ ଡ୍ରାଫ୍ଟକୁ ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଭୁବନେଶ୍ବର ଲୋକସେବା ଭବନରେ ହସ୍ତାନ୍ତର କରିଥିଲେ। ଏଭଳି ମହତ କାର୍ଯ୍ୟ ପାଇଁ ଶ୍ରୀ ତ୍ରିପାଠୀ ଭିଜିଲାନ୍ସର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭିଜିଲାନ୍ସ ଅତିରିକ୍ତ ଡିଜିପି ଏସ୍‌. ରଣପିସେ, ଡିଆଇଜି ସ˚ଜୟ କୁମାର କୌଶଲ, ଭୁବନେଶ୍ବର ଡିଭିଜନ୍‌ ଏସ୍‌ପି ଡକ୍ଟର ସାର୍ଥକ ଷଡ଼ଙ୍ଗୀ, ବିତ୍ତ ପରାମର୍ଶଦାତା ଅଶୋକ କୁମାର ମହାନ୍ତି ପ୍ରମୁଖ ଡ୍ରାଫ୍ଟ ପ୍ରଦାନ ବେଳେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର