ସେଲୁନ୍‌ ଖୋଲିଲା ହେଲେ ପାର୍ଲର ଖୋଲିଲା ନାହିଁ, ରାଗରେ ତମ୍‌ତମ୍‌ କର୍ମଚାରୀ; ଏପଟେ ଜିମ୍‌ ଖୋଲିବାକୁ ଦାବି

ଭୁବନେଶ୍ବର: ଜୁଲାଇ ପହିଲାରୁ ରାଜ୍ୟରେ ଲକଡାଉନ କଟକଣାକୁ କୋହଳ କରାଯାଇଛି । ସେଲୁନ୍ ଖୋଲିଲେ ସରକାର, ହେଲେ ପାର୍ଲର ଖୋଲିଲେ ନାହିଁ । ସାରା ରାଜ୍ୟରେ ପାର୍ଲର ଉପରେ ନିର୍ଭର କରୁଥିବା ଛୋଟ ଛୋଟ କର୍ମଚାରୀଙ୍କ ଜୀବିକା ବିପଦରେ ପଡିଛି । ହେଲେ ପାର୍ଲର ଖୋଲିବାକୁ ଅନୁମତି ଦିଆଯାଇନଥିବାରୁ ଅସନ୍ତୋଷ ବଢିବାରେ ଲଗିଛି । ଦୀର୍ଘ ଦିନହେଲା ପାର୍ଲର ବନ୍ଦଥିବାରୁ ମାଲିକ ଓ ଏହା ଉପରେ ନିର୍ଭର କରୁଥିବା କର୍ମଚାରୀ କାମ ଧନ୍ଦା ହରାଇ ଘୋର ଆର୍ଥିକ ସଂକଟ ଦେଇ ଗତିକରୁଛନ୍ତି । କୋଭିଡ଼ ନିୟମ ଭିତରେ ପାର୍ଲର ଖୋଲିବାକୁ ସରକାର ଅନୁମତି ଦିଅନ୍ତୁ ବୋଲି ଦାବି କରିଛି ଅଲ ଓଡ଼ିିଶା ବିୟୁଟି ଆସୋସିଏସନ ।

ସେହିଭଳି ମାଷ୍ଟରକ୍ୟାଣ୍ଟିନରେ ଜିମ୍ ଓନର ଆସୋସିଏସନ୍ସ ପକ୍ଷରୁ ଆମରଣ ଅନଶନ କରାଯାଇଛି । ରାଜ୍ୟରେ ସଂକ୍ରମଣ ତିନି ହଜାର ଉପରେ ରହୁଥିବା ବେଳେ ଧୀରେ ଧୀରେ ଖୋଲୁଛି ଓଡ଼ିଶା । ଜୁଲାଇ ପହିଲାରୁ ରାଜ୍ୟରେ କଟକଣା କୋହଳ କରାଯାଇଛି । ସରକାର ସେଲୁନ୍ ଏବଂ ଚା’ ଦୋକାନ ଖୋଲିବାକୁ ଅନୁମତି ଦେଇଥିବା ବେଳେ ଜିମ୍ ମାଲିକମାନେ ଜିମ୍ ଖୋଲିବାକୁ ଦାବି କରିଛନ୍ତି । ଯାହାକୁ ନେଇ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଆନ୍ଦୋଳନ କରୁଛନ୍ତି ଜିମ୍ ଓନର ଆସୋସିଏସନ୍ସ ।

ସମ୍ବନ୍ଧିତ ଖବର