କିଏ କେଉଁଠି ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କୋଣ ଅନୁକୋଣରେ ଆଜି ସନ୍ଧ୍ୟା ସାଢ଼େ ୫ଟାରେ ଓଡ଼ିଶାବାସୀ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ଲିଖିତ ‘ବନ୍ଦେ ଉତ୍କଳ ଜନନୀ’ ଦେଶର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଆ ଲୋକେ ଗାନ କରିଛନ୍ତି । ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ମଧ୍ୟ ଆଜି ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି ।

କିଏ କେଉଁଠି ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

-ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌
-ପରିବାର ସହ ବାସଭବନରେ ଗାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
-ଦିଲ୍ଲୀ ସରକାରୀ ବାସଭବନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
-ବିଧାନସଭା ସମ୍ମୁଖରେ ବିଧାୟକଙ୍କ ସହ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର
-ଲୋକସଭା ଭବନରେ ସହକର୍ମୀଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ

 

-କଟକ ପୁଲିସ ମୁଖ୍ୟାଳୟରେ ସହକର୍ମୀଙ୍କ ସହ ଡିଜିପି ଅଭୟ
-ପୁଲିସ ସେବା ଭବନରେ ସହକର୍ମୀଙ୍କ ସହ କମିସନର ସୁଧାଂଶୁ ଷଡ଼ଙ୍ଗୀ
-କଂଗ୍ରେସ ଭବନରେ ଦଳୀୟ ନେତାଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
-ବିଜେପି ରାଜ୍ୟ କାର୍ଯ୍ୟାଳୟ ଦଳୀୟ ନେତାଙ୍କ ସହ ରାଜ୍ୟ ସଭାପତି ସମୀର ମହାନ୍ତି
-କଳିଙ୍ଗ ଷ୍ଟାଡିୟମରେ ଶତାଧିକ କ୍ରୀଡ଼ାବିତ ଓ ସିନେ ତାରକା

କୋଭିଡ ଯୋଦ୍ଧାଙ୍କ ପାଇଁ ବଲିଉଡର ପ୍ରଖ୍ୟାତ ଗାୟକ ଶଙ୍କର ମହାଦେବନ ଓ ଗାୟିକା ଆଶା ଭୋଁସଲେ ମଧ୍ୟ ଆଜି ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି । ଆଶା ଭୋଁସଲେ ନିଜର ଗାୟନକୁ ଟୁଇଟର ପେଜରେ ପୋଷ୍ଟ କରିଛନ୍ତି । ସେହିଭଳି ମହାଦେବନ ମଧ୍ୟ ନିଜ ଟୁଇଟର ପେଜରେ ପୋଷ୍ଟ କରିଛନ୍ତି ।

ସମ୍ବନ୍ଧିତ ଖବର