ରାଜ୍ୟରେ ଶୀତ ପ୍ରବାହ ଜାରି

ଭୁବନେଶ୍ବର : ରାଜ୍ୟରେ ଏବେ ଶୀତ ପ୍ରବାହ ଜାରି ରହିଛି। କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରି ରେକର୍ଡ ହୋଇଛି। ଏହାପରେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ୮.୨ ଡିଗ୍ରି, ଦାରିଙ୍ଗବାଡ଼ିରେ ୧୦, ‌କୋରାପୁଟରେ ୧୦.୫, କନ୍ଧମାଳ ଜିଲ୍ଲା ଫୁଲବାଣୀରେ ୧୧, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ୧୨, ସୁନ୍ଦରଗଡ଼ କିରେଇରେ ୧୨, ସମ୍ବଲପୁର ଜିଲ୍ଲା ଚିପିଲିମାରେ ୧୩.୨ ଓ ଝାରସୁଗୁଡ଼ାରେ ୧୩.୬ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟରେ ଏବେ ଶୁଖିଲା ପାଗ ଜାରି ରହିଥିବା‌ ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତ ପ୍ରବାହ ଲାଗି ରହିଛି। ଆଗାମ‌ୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତି ତାପମାତ୍ରାରେ ପରିବର୍ତ୍ତନର କୌଣସି ସମ୍ଭାବନା ନାହିଁ। ରାତି ତାପମାତ୍ରା ଆଗାମୀ ୪ରୁ ୫ ଦିନ ଯାଏ ସ୍ବଭାବିକ ତାପମାତ୍ରା ଠାରୁ ୨ରୁ ୪ ଡିଗ୍ରି ଯାଏ କମ ରହିବ‌ା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପା‌ଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଦକ୍ଷିଣ ପୂର୍ବ ବଙ୍ ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ‌ହୋଇଛି। ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୯ ତାରିଖ ବେଳକୁ ଦକ୍ଷିଣ ବଙ୍ ଗୋପସାଗର ଅଞ୍ଚଳର ମଧ୍ୟ ଭାଗରେ ଅବପାତର ରୂପ ନେବା ସହ ପରବର୍ତ୍ତୀ ତିନି ଦିନ ଯାଏ ତାମିଲନାଡ଼ୁ, ପୁଡୁଚେରୀ ଏବଂ ଦକ୍ଷିଣ ଆ‌ନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୧ ତାରିଖ ବେଳକୁ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନ‌ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର