ନାଲ୍‌କୋ ଖଣିକୁ ପୁରସ୍କାର

ଭୁବନେଶ୍ୱର: ସୁକିନ୍ଦା ଠାରେ ଆୟୋଜନ କରାଯାଇଥିବା ୩୬ତମ ମେଟାଲିକ୍ ଫେରସ୍‌ ଖଣି ସୁରକ୍ଷା ସପ୍ତାହ ପାଳନ ଅବସରରେ ନାଲ୍‌କୋର ପଞ୍ଚପଟ୍ଟମାଳି ଖଣିକୁ ବିଭିନ୍ନ ପୁରସ୍କାର ମିଳିଛି। ସାଧାରଣ କାର୍ଯ୍ୟକ୍ରମ ପରିଚାଳନା, ମେକାନିକାଲ୍ ମେଣ୍ଟେନାନ୍ସ, ସେଫ୍ଟି ଆଣ୍ଡ୍‌ କମ୍ପ୍ଲାଏନ୍ସ, ସେଫ୍ଟି ଷ୍ଟଲ୍ ରିନୋଭେସନ୍ ଓ ସ୍ବଚ୍ଛତା ଆଦି କ୍ଷେତ୍ରରେ ମଧ୍ୟ ନାଲ୍‌କୋ ଖଣି ପୁରସ୍କୃତ ହୋଇଛି। ଦଳୀୟ ପୁରସ୍କାର ବ୍ୟତୀତ କଂପାନିର ଦାମନଯୋଡ଼ି ଖଣି ବିଭାଗ ବ୍ୟକ୍ତିଗତ ସ୍ତରରେ ମିଶ୍ରି ଲାଲ୍ ସ୍ମାରକୀ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ବେଳେ ପି ଏଲ୍‌ ମହାନ୍ତଙ୍କୁ ଶ୍ରେଷ୍ଠ ସୁପରଭାଇଜର୍‌ ଓ ଟି ଆମିନନ୍‌ଙ୍କୁ ଶ୍ରେଷ୍ଠ ଏଚ୍‌ଇଏମ୍ଏମ୍ ଅପରେଟର ବର୍ଗରେ ପୁରସ୍କାର ମିଳିଛି। ଏହି ସବୁ ପୁରସ୍କାର ପାଇଁ ନାଲ୍‌କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର