୨୦୩୦ ସୁଦ୍ଧା ଆଲୁମିନିୟମ୍‌ ଉତ୍ପାଦନ ୩ ଗୁଣ ବଢ଼ିବ

ଭୁବନେଶ୍ୱର: ମୁମ୍ବାଇଠାରେ ନାଲ୍‌କୋ ପକ୍ଷରୁ ପଶ୍ଚିମ ଭାରତର ଉପଭୋକ୍ତା ଓ ଯୋଗାଣକାରୀଙ୍କ ପାଇଁ ଏକ ସମ୍ମିଳନୀ ଆୟୋଜନ କରାଯାଇଛି। ଏଥିରେ ଯୋଗ ଦେଇ ନାଲ୍‌କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି ଯେ ୨୦୩୦ ସୁଦ୍ଧା ଦେଶରେ ଆଲୁମିନିୟମ ବ୍ୟବହାର ତିନି ଗୁଣ ବୃଦ୍ଧି ପାଇବ। ବଜାର ଚାହିଦା ପୂରଣ କରିବା ପାଇଁ ଦେଶ ଭିତରେ ଅଧିକ ଆଲୁମିନିୟମ୍‌ ଉତ୍ପାଦନ କରିବାକୁ ହେବ। ୨୦୩୦ ସୁଦ୍ଧା ଭାରତରେ ମୁଣ୍ଡପିଛା ଆଲୁମିନିୟମ ବ୍ୟବହାର ପରିମାଣ ଦୁଇ ଗୁଣ ବଢ଼ିବ ବୋଲି ସେ ଆଶା ପୋଷଣ କରିଛନ୍ତି। ଶ୍ରୀ ଚାନ୍ଦ କହିଛନ୍ତି ଯେ ନାଲ୍‌କୋର ନୂତନ ବ୍ୟବସାୟିକ ମଡେଲ୍‌ ତଥା ଦାମନଯୋଡ଼ି ଠାରେ ଆଲୁମିନା ରିଫାଇନେରୀର ସଂପ୍ରସାରଣ, ସ୍ମେଲ୍ଟର୍‌ର ସଂପ୍ରସାରଣ, ଗୁଜରାଟରେ କଷ୍ଟିକ୍‌ ସୋଡ଼ା ପ୍ରକଳ୍ପ ଆଦି କମ୍ପାନୀର ଅଭିବୃଦ୍ଧିକୁ ତ୍ୱରାନ୍ଵିତ କରିବ । ହାଇ ସ୍ପିଡ୍‌ ଟ୍ରେନ୍‌ ଆଦି ସହ ଆଲୁମିନିୟମ୍‌ ବ୍ୟବାହର ଅଧିକ ବୃଦ୍ଧି ପାଇବ ବୋଲି ସେ ମତ ବ୍ୟକ୍ତ କରିଥିଲେ। ନାଲ୍‌କୋର ନିଟ୍‌ ଲାଭ ୧୦୦% ବୃଦ୍ଧି ପାଇ ୧୩୪୨.୧୯ କୋଟି ଟଙ୍କା ହୋଇଥିବା ସେ କହିଛନ୍ତି। ଏହି ଅବସରରେ କଂପାନିର ନିର୍ଦେଶକ (ବାଣିଜ୍ୟ) ପି.କେ. ମିଶ୍ର ଏବଂ କାର୍ଯନିର୍ବାହୀ ନିର୍ଦେଶକ (ମାକେଟିଂ) ଏସ୍‌. ସାମନ୍ତରାୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର