ଦୀପକ କୋଚ୍ଚରଙ୍କ କମ୍ପାନିକୁ ଆୟକର ନୋଟିସ୍‌

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କ ଦ୍ୱାରା ପ୍ରତଷ୍ଠିତ ନ୍ୟୁପାଓ୍ଵାର ରିନ୍ୟୁଏବଲ୍‌ସକୁ ଆୟକର ବିଭାଗ ନୋଟିସ ପଠାଇଛି। ଆୟକର ଆଇନର ଧାରା ୧୩୧ ଅଧୀନରେ ଏହି ନୋଟିସ ପଠାଯାଇଛି। ଏଥିରେ କମ୍ପାନିର ସମ୍ପତ୍ତି, ଆୟ ଏବଂ ଟିକସ ପ୍ରଦାନ ସଂପର୍କିତ ବିସ୍ତତ ତଥ୍ୟ ଆୟକର ବିଭାଗ ମାଗିଛି। ଉଲ୍ଲେଖଯୋଗ୍ୟ ଯେ, ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓକନ୍‌ ଗ୍ରୁପ୍‌କୁ ୩୨୫୦ କୋଟି ଟଙ୍କାର ଋଣ ମଞ୍ଜୁର ହେବା ପରେ ଭିଡିଓକନ୍‌ ପକ୍ଷରୁ ଦୀପକ କୋଚ୍ଚରଙ୍କ ନ୍ୟୁପାଓ୍ଵାର ରିନ୍ୟୁଏବଲ୍‌ସକୁ ଅନୁଗ୍ରହ ଦେଖାଇ କିଛି ଅର୍ଥ ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗକୁ ଉଭୟ ଭିଡିଓକନ୍‌ ମୁଖ୍ୟ ବେଣୁଗୋପାଳ ଧୁତ୍‌ ଏବଂ ବ୍ୟାଙ୍କ ପକ୍ଷରୁ ଅସ୍ୱୀକାର କରାଯାଇଛ

ସମ୍ବନ୍ଧିତ ଖବର