ରିଲାଏନ୍ସ ଡିଜିଟାଲ୍‌ରେ ଇଲେକ୍ଟ୍ରୋନିକ୍ସ ପର୍ବ

ଭୁବନେଶ୍ବର: ପାର୍ବଣ ଋତୁକୁ ଆକର୍ଷଣୀୟ କରିବା ପାଇଁ ରିଲାଏନ୍ସ ଡିଜିଟାଲ ପକ୍ଷରୁ ଇଲେକଟ୍ରୋନିକ୍ସ ପର୍ବ ଘୋଷଣା କରାଯାଇଛି। ଏହି ଅବସରରେ ଗ୍ରାହକଙ୍କ ପାଇଁ ଆମେରିକାନ ଏକ୍ସପ୍ରେସ, ଏକ୍ସିସ ବ୍ୟାଙ୍କ, ସିଟିବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଭଳି ବ୍ୟାଙ୍କ ମାଧ୍ୟମରେ କ୍ରୟ କରିଲେ ୧୦% କ୍ୟାସବ୍ୟାକ୍ ପ୍ରଦାନ କରାଯାଉଛି। ସହଜ ଫାଇନାନ୍ସ ସୁବିଧା ମଧ୍ୟ ଗ୍ରାହକଙ୍କୁ ପ୍ରଦାନ କରାଯାଉଛି। ରିଲାଏନ୍ସ ଡିଜିଟାଲ୍‌ରେ ଗ୍ରାହକମାନେ ଟେଲିଭିଜନ, ହୋମ ଆପ୍ଲାଏନ୍‌ସେସ୍, ମୋବାଇଲ ଫୋନ, ଲାପଟପ୍ ଓ ଆସେସୋରିଜ୍ ଆଦି ରହିଛି। ସମସ୍ତ ଏଲଇଡି ରେଞ୍ଜ ଉପରେ‌ ଅଗ୍ରଣୀ ବ୍ୟାଙ୍କ ଗୁଡ଼ିକ ୧୫% ପର୍ଯ୍ୟନ୍ତ ଅତିରିକ୍ତ କ୍ୟାସବ୍ୟାକ୍ ପ୍ରଦାନ କରୁଛନ୍ତି। ଅଗ୍ରଣୀ ବ୍ରାଣ୍ଡ୍‌ର ୫୫ଇଞ୍ଚର ଅଲ୍ଟ୍ରା ଏଚଡି/୪କେ ଟିଭି ୫୦୦୦ ଟଙ୍କାର ସୁଧମୁକ୍ତ କିସ୍ତିରେ ଉପଲବ୍ଧ ହେଉଛି। ଲାପଟପ କ୍ରୟରେ ଗ୍ରାହକମାନେ ମାଗଣାରେ ୨୪ ଇଞ୍ଚ ଏଲଇଡି ଟିଭି, ଅଲ-ଇନ-ୱାନ ପ୍ରିଣ୍ଟର, ସାଉଣ୍ଡ ବାର୍ ଆଦି ପାଇବା ସୁବିଧା ରହିଛି। ରିଲାଏନ୍ସ ଡିଜିଟାଲରେ ରିଅଲମି ଭଳି ଫୋନ ମଧ୍ୟ ଉପଲବ୍ଧ ହେଉଛି। ହୋମ ଆପ୍ଲାଏନ୍ସ ବର୍ଗରେ ୮କେଜି ସେମି ଅଟୋମେଟିକ ୱାସିଂ ମେସିନ ୬୯୯୦ ଟଙ୍କାରୁ ଏବଂ ୧୯୦ଲିଟର ଡିସି ରେଫ୍ରିଜରେଟର ୧୧,୪୯୦ ଟଙ୍କାରୁ ଆରମ୍ଭ ହୋଇଛି। ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ପର୍ବ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର