ବ୍ରାଣ୍ଡ୍‌ ଫ୍ୟାକ୍ଟରିରେ ମାଗଣା ୱିକେଣ୍ଡ୍‌ ସପିଙ୍ଗ୍‌ ୧୨ରୁ

ଭୁବନେଶ୍ବର: ବ୍ରାଣ୍ଡ୍‌ ଫ୍ୟାକ୍ଟରିରେ ମାଗଣା ୱିକେଣ୍ଡ୍ ସପିଙ୍ଗ ଚଳିତ ମାସ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଗ୍ରାହକମାନେ ପାଞ୍ଚ ହଜାର ଟଙ୍କାର ସପିଙ୍ଗ୍‌ କରି ୨୦୦୦ ଟଙ୍କା ହିଁ ପେମେଣ୍ଟ୍‌ କରିବେ ଓ ସେହି ଦୁଇ ହଜାର ଟଙ୍କାକୁ ମଧ୍ୟ ସେମାନେ ବିଭିନ୍ନ ଉପାୟରେ ଫେରିପାରିବେ। ସେମାନଙ୍କୁ ୫୦୦ ଟଙ୍କା ମୂଲ୍ୟର ଏକ ମାଗଣା ପୋଷାକ ମିଳିବ। ୧୨୦୦ ଟଙ୍କାର ଗିଫ୍ଟ ଭାଉଚର୍‌ ଓ ୩୦୦ ଟଙ୍କା ସେମାନଙ୍କ ଫ୍ୟୁଚର୍‌ ପେ’ ୱାଲେଟ୍‌ରେ ମିଳିବ। ଭିଡ଼କୁ ଦୃଷ୍ଟିରେ ରଖି ପ୍ରି-ପାସ୍‌ର ବ୍ୟବସ୍ଥା କରାଯାଇଛି। ସକାଳ ୮ଟାରୁ ୧୧ଟା ଭିତରେ ସପିଙ୍ଗ କରିବାକୁ ଚାହୁଁଥିବା ଗ୍ରାହକମାନେ ୨୫୦ ଟଙ୍କା ଦେଇ ପ୍ରିମିୟମ୍ ପାସ୍ ପାଇପାରିବେ। ଦିନ ୧୧ଟା ପରେ ସପିଙ୍ଗ କରିବାକୁ ଚାହୁଁଥିବା ଗ୍ରାହକମାନେ ୧୦୦ ଟଙ୍କାରେ କ୍ଲାସିକ୍ ପାସ୍ ପାଇବେ। ଷ୍ଟୋର୍‌କୁ ପରବର୍ତି ସମୟରେ ଆସିବ ବେଳେ ସେମାନେ ପାସ୍‌ର ମୂଲ୍ୟକୁ ସପିଙ୍ଗ୍‌ରେ ବ୍ୟବହାର କରିପାରିବେ। ଗ୍ରାହକମାନେ ଏହି ଅବସରରେ ବ୍ରାଣ୍ଡ୍‌ ଫ୍ୟାକ୍ଟରିରେ ଉପଲବ୍ଧ ହେଉଥିବା ୨୦୦ରୁ ଅଧିକ ପ୍ରକାରର ଜାତୀୟ ଓ ଆନ୍ତର୍ଜାତିକ ବ୍ରାଣ୍ଡ୍‌ର ପୋଷାକ ମଧ୍ୟରୁ ନିଜ ପାଇଁ ବହୁତ କିଛି କିଣିପାରିବେ।

ସମ୍ବନ୍ଧିତ ଖବର