ବିବାହ ଋତୁ ପୂର୍ବରୁ କମିଲା ସୁନା ଦର

ନୂଆଦିଲ୍ଲୀ: ବିବାହ ଋତୁ ଆରମ୍ଭ ହେବା ପୂର୍ବରୁ ସୁନା ମୂଲ୍ୟ କମିଛି | ଯାହାକି ଏବେ ସୁନା କିଣିବାକୁ ଚାଁହୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଦେଇଛି | ବିଶେଷ କରି ସୁନା ଦର ଉଚ୍ଚା ରହିବା ଯୋଗୁଁ ସୁନା ଗହଣା ପ୍ରତି ଲୋକଙ୍କ ମୋହ ତୁଟିବାରେ ଲାଗିଛି | ଯେଉଁଥିପାଇଁ ସୁନା ଆମଦାନୀ ମଧ୍ୟ କମିଯାଇଛି | ଯାହାକୁ ନଜରରେ ରଖି ସୁନା ଦର ଏବେ କମିଛି | ମଙ୍ଗଳବାର ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧୦୧ ଟଙ୍କା କମିଯାଇଛି | ମଙ୍ଗଳବାର ଦିଲ୍ଲୀରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୩୯୨୧୩ ଟଙ୍କା ରହିଛି |

https://www.goodreturns.in

ସୁନା ଭଳି ରୂପା ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି | ମଙ୍ଗଳବାର ରୂପା ୨୯ ଟଙ୍କା କମିଛି | ଦିଲ୍ଲୀରେ ଏକ କିଲୋଗ୍ରାମ ରୂପାର ମୂଲ୍ୟ ୨୯ ଟଙ୍କା କମି କିଲୋ ପିଛା ୪୭୫୮୩ ଟଙ୍କାରେ ପହଁଚିଯାଇଛି | ଏହା ପୂର୍ବରୁ ସୋମବାର ଦିନ ରୂପାରେ କିଲୋ ପିଛା ୨୪୫ ଟଙ୍କା ବଢିଥିଲା | ମିଳିଥିବା ସୂଚନା ମୁତାବକ ଭାରତୀୟଙ୍କର ଏବେ ସୁନା ପିଛା ଥିବା ଆଗ୍ରହ ଧୀରେ ଧୀରେ କମିବାରେ ଲାଗିଛି |

ଗତ ଅକ୍ଟୋବର ମାସରେ ଭାରତର ସୁନା ଆମଦାନୀ ପ୍ରାୟ ୫୭ ପ୍ରତିଶତ ହ୍ରାସ ପାଇ ୩୮ ଟନରେ ପହଞ୍ଚିଛି । ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକ ରିପୋର୍ଟକୁ ବିଚାର କଲେ ଭାରତରେ ପାଖାପାଖି ୩୨ ପ୍ରତିଶତ ସୁନା ଚାହିଦା କମିଯାଇଛି | ସୁନାର ମୂଲ୍ୟ ଅଧିକ ରହିବା କାରଣରୁ ୩ ବର୍ଷରେ ସବୁଠୁ କମ ଚାହିଦା ରହିଛି |

ସମ୍ବନ୍ଧିତ ଖବର