କାଗଜ, କମ୍ପ୍ୟୁଟରରେ ଦେଇହେବ ମ୍ୟାଟ୍‌ ପରୀକ୍ଷା

ଭୁବନେଶ୍ୱର: ଏଆଇଏମ୍‌ଏର ମ୍ୟାନେଜମେଣ୍ଟ୍‌ ଆପ୍‌ଟିଚ୍ୟୁଡ୍‌ ଟେଷ୍ଟ୍‍ (ମ୍ୟାଟ୍‌) ପରୀକ୍ଷା ମେ’୬ ଓ ୨୦ରେ ଅନୁଷ୍ଠିତ ହେବ। ଏଥର ଛାତ୍ରଛାତ୍ରୀମାନଙ୍କ ପାଇଁ ପରୀକ୍ଷା ଦେବାର ଦୁଇଟି ବିକଳ୍ପ ରହିଛି। ସେମାନେ ଚାହିଁଲେ କାଗଜ ଭିତ୍ତିକ ପରୀକ୍ଷା (ପିବିଟି) ମେ’୬ରେ ଦେଇପାରିବେ। ଅନ୍ୟଥା ମେ’ ୨୦ରେ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା (ସିବିଟି) ଦେଇପାରିବେ। ଦେଶର ୫୦୦ରୁ ଅଧିକ ସହରରେ ଏହି ପରୀକ୍ଷା ଆୟୋଜନ କରାଯିବ। ଏହି ପରୀକ୍ଷା ପାଇଁ ପଞ୍ଜୀକରଣ ଚଳିତ ମାସ ୨୭ ତାରିଖରୁ ଆରମ୍ଭ ହେବ। ଏଆଇଏମ୍‌ଏର େଓ୍ଵବସାଇଟ୍‌ରେ ଛାତ୍ରଛାତ୍ରୀମାନେ ନିଜର ନାମ ପଞ୍ଜୀକରଣ କରିପାରିବେ।

ସମ୍ବନ୍ଧିତ ଖବର