ବଜାରରେ ଟିଭିଏସ ସ୍ପୋର୍ଟ ସିଲଭରର ଆଲଏ ଏଡିସନ , ମୂଲ୍ୟ ୪୧,୫୪୫

ଭୁବନେଶ୍ୱର : ବିଶ୍ୱରେ ଏକ ଅଗ୍ରଣୀ ଦୁଇ ଚକିଆ ଏବଂ ତିନି ଚକିଆ ନିର୍ମାଣକାରୀ କମ୍ପାନୀ, ଟିଭିଏସ ମୋଟର କମ୍ପାନୀ ପକ୍ଷରୁ ଭାରତରେ ଟିଭିଏସ ସ୍ପୋର୍ଟ ସିଲଭର ଆଲଏ ସଂସ୍କରଣର ଶୁଭାରମ୍ଭ କରାଯାଇଛି । ସିଲଭର ଆଲଏ ହ୍ଵିଲସ୍‌ ମୁଖ୍ୟତଃ ଦୁଇଟି ରଙ୍ଗ ଯେପରିକି ବ୍ଲାକ୍‌ ସିଲଭର ଏବଂ ଭୋଲକାନୋ ରେଡ଼ରେ ଉପଲବ୍ଧ ହେବ । ନିକଟରେ କମ୍ୟୁଟର ମୋଟରସାଇକେଲ ଏହାର ଶୁଭାରମ୍ଭ ପରଠାରୁ ୨୦ ଲକ୍ଷ ଯୁନିଟ୍‌ ବିକ୍ରୟ ମାଇଲଷ୍ଟୋନ୍‌ ଅତିକ୍ରମ କରିଛି ।

ଟିଭିଏସ ସ୍ପୋର୍ଟ ସିଲଭର ଆଲଏ ସଂସ୍କରଣରେ ପ୍ରମୁଖ ବୈଶିଷ୍ଟ୍ୟ ଗୁଡ଼ିକ ମଧ୍ୟରେ ଏକ ଦିର୍ଘ ଜିବୀ ଡ଼୍ୟୁରା-ଲାଇଫ୍‌ ୧୦୦ ସିସି ଇିନ୍‌ ରହିଛି, ଯାହାକି ପ୍ରତି ୭୫୦ ଆରପିଏମରେ ୫.୫ କିଲୋ ୱାଟ୍‌ ପିକ୍‌ ପାୱାର ଏବଂ ପ୍ରତି ୭୫୦ ଆରପିଏମ ସର୍ବାଧିକ ଟର୍କରେ ୭.୫ ପିଏସ୍‌ ପ୍ରଦାନ କରିଥାଏ । ଏଥିରେ ଟିଭିଏସର ପ୍ରକୃତ ଇକୋନୋମିଟର ସହିତ ଇକୋ ମୋଡ଼ ଏବଂ ପାୱାର ମୋଡ଼ ରହିଛି, ଯାହାକି ଏକ ଅବିରତ ଉନ୍ନତ ଚାଳନା ଅନୁଭୂତି ପ୍ରଦାନ କରିବା ସହିତ ଉକ୍ତ ଶ୍ରେଣୀରେ ସର୍ବୋକୃଷ୍ଟ ଏକ ଲିଟରରେ ୯୫ କି.ମିର ମାଇଲେଜ୍‌ ପ୍ରଦାନ କରିଥାଏ । ଟିଭିଏସ ସ୍ପୋର୍ଟ ସିଲଭର ଆଲଏ ସଂସ୍କରଣ ଏହି ସମାନ ବୈଶିଷ୍ଟ୍ୟ, ଇଂଜିନ୍‌ ସ୍ଥାନଚ୍ୟୁତି ଏବଂ ଅନ୍ୟ ଟିଭିଏସ ଭ୍ୟାରିଆଣ୍ଟପରି ସସ୍‌ପେନସନ୍‌ ପ୍ରଦାନ କରିଥାଏ, ଯାହାକି ୮ଟି ରଙ୍ଗ ଯେପରିକି – ଭଲକାନୋ ରେଡ଼୍‌, ବ୍ଲାକ୍‌ ସିଲଭର, ଇଣ୍ଡିଗୋଷ୍ଟ୍ରିକ୍‌, ଟିମ୍‌ ବ୍‌ଲୁ, ମରକ୍ୟୁରି ଗ୍ରେ, ବ୍ଲେଜ୍‌ ରେଡ଼, ଡ଼୍ୟାଜଲିଙ୍ଗ ହ୍ଵାଇଟ୍‌ ଏବଂ ଇଲେକକ୍ଟ୍ରିକ୍‌ ଗ୍ରୀନ୍‌ରେ ଉପଲବ୍ଧ । ଏହାର ମୂଲ୍ୟ ଓଡ଼ିଶାରେ ମାତ୍ର ୪୧,୫୪୫ ଟଙ୍କା ରହିଥିବାବେଳେ ଟିଭିଏସ ସ୍ପୋର୍ଟ ସିଲଭର ଆଲଏ ସଂସ୍କରଣ ଭାରତର ସମସ୍ତ ଡ଼ିଲରସିପରେ ଉପଲବ୍ଧ ହେବାକୁ ଯାଉଛି ।

ସମ୍ବନ୍ଧିତ ଖବର