ଭାମ୍‌ସାହ ଟେକ୍ନୋ ହବ୍‌ ଉଦ୍‌ଘାଟିତ

ଜୟପୁର: ରାଜସ୍ଥାନର ଜୟପୁର ଠାରେ ଷ୍ଟାର୍ଟଅପ୍‌ ଉଦ୍ୟୋଗୀଙ୍କ ପାଇଁ ଦେଶର ସର୍ବବୃହତ ଇନ୍‌କୁବେସନ୍‌ ସେଣ୍ଟର୍‌-ବାମସାହ ଟେକ୍ନୋ ହବ୍‌ ଉଦ୍‌ଘାଟିତ ହୋଇଯାଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏଠାରେ ୭୦୦ ଉଦ୍ୟୋଗୀଙ୍କ ପାଇଁ କାମ କରିବାର ସୁବିଧା ରହିଛି। ସେମାନେ ମାଗଣାରେ ସ୍ଥାନ, ସଂଯୋଗ, ସହଜରେ ପାଣ୍ଠି, ମେଣ୍ଟରସିପ୍‌, ବଜାର ସଂଯୋଗ ଓ ଭେଞ୍ଚର ଫଣ୍ଡ୍‌ ପାଖରେ ପହଞ୍ଚିବା ଭଳି ସୁବିଧା ପାଇପାରିବେ। ଏକ ଲକ୍ଷ ବର୍ଗଫୁଟରେ ନିର୍ମାଣ କରାଯାଇଥିବା ଏହି ହବ୍‌ରେ ସମ୍ମିଳନୀ କକ୍ଷ ଓ ବୈଠକ କକ୍ଷ ମଧ୍ୟ ରହିଛି।

ସମ୍ବନ୍ଧିତ ଖବର